ଭାରତୀୟ ଜନତା ପାର୍ଟି ଆନୁକୂଲ୍ୟରେ ବୌଦ୍ଧ ଜିଲ୍ଲା ପୂରୁଣା କଟକ ମଣ୍ଡଳ ୦୮ର କାର୍ଯ୍ୟକାରିଣୀ ବୈଠକ

0
262

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,ବୋୖଦ୍ଧ,(୨୬/୮) : ଭାରତୀୟ ଜନତା ପାର୍ଟି ଆନୁକୂଲ୍ୟରେ ବୌଦ୍ଧ ଜିଲ୍ଲା ପୁରୁଣା କଟକ ୦୮ ମଣ୍ଡଳର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ଶ୍ରୀ ବାମନ ବାରିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଯୋଗଦେଇ ଦଳର ନୀତି ଆଦର୍ଶ ଓ ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ |4ff62f48 d5c1 4702 87c4 3b9bd021d07c ଭାରତୀୟ ଜନତା ପାର୍ଟି ଆନୁକୂଲ୍ୟରେ ବୌଦ୍ଧ ଜିଲ୍ଲା ପୂରୁଣା କଟକ ମଣ୍ଡଳ ୦୮ର କାର୍ଯ୍ୟକାରିଣୀ ବୈଠକ

ଭାରତୀୟ ଜନତା ପାର୍ଟି ଆନୁକୂଲ୍ୟରେ ଆଜିର କାର୍ଯ୍ୟକାରିଣୀ ବୈଠକରେ ସାତ ଗୋଟି ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରାଯାଇ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା l ବିଶେଷ କରି ପୁରୁଣା କଟକ ୦୮ ମଣ୍ଡଳ ର ସମସ୍ତ ପଞ୍ଚାୟତ ରାସ୍ତା ଘାଟ ମରାମତିରେ ବ୍ୟାପକ ଦୁର୍ନୀତି ଓ ପ୍ରିୟାପ୍ରୀତି, ଜଳ ସେଚନ ସମସ୍ୟା, ଚାଷ ଜମିରେ ମରୁଡି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ବ୍ୟାପକ ଦୁର୍ନୀତି, ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ, ଭତ୍ତା ପ୍ରଦାନରେ ଦୁର୍ନୀତି, ଧାନର ଅଭାବ ବିକ୍ରି |

ମଣ୍ଡଳ କାର୍ଯ୍ଯକାରିଣୀ ୬୧ ଜଣିଆ ସଦସ୍ୟ ସହିତ ଶତାଧିକ ବିଜେପି କର୍ମୀ ଯୋଗ ଦେଇ ଆଗାମୀ ଦିନରେ ଲୋକଙ୍କ ପାଖରେ ପହଞ୍ଚି ତାଙ୍କର ସବୁ ସମସ୍ୟା କିପରି ଦୂର ହୋଇପାରିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନିଜ ନିଜ ୱାର୍ଡ଼ରେ ଘରକୁ ଘର ବୁଲି ସମାଧାନ କରିବାକୁ ନିଷ୍ପତ୍ତି ନିଆଯାଇଛି l

ଆଜିର କାର୍ଯ୍ୟକ୍ରମରେ ଜିଲ୍ଲାର ମଣ୍ଡଳ ପ୍ରଭାରୀ ଶ୍ରୀ ମାଗୁଣି ଗାଈ ଗୌରୀଆ, ବରିଷ୍ଠ ନେତା ସୁଶାନ୍ତ ପ୍ରଧାନ, ଶ୍ରୀ ଅକ୍ଷୟ କୁମାର ସାହୁ, ପଛୁଆ ବର୍ଗ ଜିଲ୍ଲା ମୋର୍ଚା ସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ଗାଈ ଗୌରୀଆ ଶ୍ରୀ ପ୍ରେମାନନ୍ଦ ମିଶ୍ର, ଶ୍ରୀ ସୁଶିଲ ଦେହୁରୀ, ଶ୍ରୀ ସୁବାସ ପ୍ରଧାନ, ଶ୍ରୀ ରବି ପ୍ରଧାନ, ଶ୍ରୀ ପ୍ରବୀର ମାହାର, ଶ୍ରୀ ବୃନ୍ଦାବନ ଦନ୍ତା, ଶ୍ରୀ ଅଶୋକ ସେଠୀ, ଶ୍ରୀ ଗରୂଡ ପ୍ରଧାନ, ଶ୍ରୀମତି ଶାନ୍ତିଲତା ଦନ୍ତା, ମାଧବ କହଁର ପ୍ରଭୁତି ବହୁ ଦଳୀୟ ନେତୃବୃନ୍ଦ ଯୋଗଦାନ କରି ଦଳୀୟ କାର୍ଯ୍ୟକ୍ରମ ଉପରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ l ଏହି କାର୍ଯ୍ୟକ୍ରମରେ ପୁରୁଣା କଟକ ମଣ୍ଡଳ ର ସମସ୍ତ୍ କର୍ମକର୍ତ୍ତାମାନେ ଉପସ୍ଥିତ ରହି ନିଜ ୱାର୍ଡ ଓ ପଞ୍ଚାୟତ ଉପରେ ମତାମତ ଦେଇଥିଲେ l