୧୮ କେଜି ଗଞ୍ଜେଇ ସହ ବାଇକ୍ ଜବତ କଲା ଅବକାରୀ ବିଭାଗ, ଆସାମୀ ଫେରାର

0
78
୧୮ କେଜି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୧/୦୫) : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅବକାରୀ ବିଭାଗ ୧୮ କେଜି ଗଞ୍ଜେଇ ସହ ଏକ ବାଇକ୍ କୁ ଜବତ କରିଛି ।

ସୂଚନା ଅନୁସାରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ମନମୁଣ୍ଡା ଥାନା ଅର୍ନ୍ତଗତ ଗବଯୋର ଛକ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଥିଲା । ଉକ୍ତ ରାସ୍ତା ଦେଇ ଜଣେ ବାଇକ୍ ରେ ବସ୍ତା ଧରି ଆସୁଥିବା ବେଳେ ଅବକାରୀ କର୍ମଚାରୀ ଙ୍କୁ ଦେଖି ବାଇକ୍ ଚାଳକ ବାଇକ୍ ଛାଡ଼ି ଫେରାର ହୋଇଥିଲା । ସନ୍ଦେହରେ ଅବକାରୀ କର୍ମଚାରୀ ବାଇକ୍ ନିକଟକୁ ଯାଇ ତଦନ୍ତ କଲା ପରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା । ଜବତ ଗଞ୍ଜେଇ ର ପରିମାଣ ୧୮ କେଜି ହୋଇଥିବା ବେଳେ ଘଟଣାରେ ସମ୍ପୃକ୍ତ ବାଇକ୍ (ଓଡ଼ି ୨୭ବି ୬୫୦୮) କୁ ଜବତ୍ କରିଛି । ଏ ସଂକ୍ରାନ୍ତରେ ମନମୁଣ୍ଡା ଅବକାରୀ କାର୍ଯ୍ୟାଳୟରେ ୧୪/୨୩ ରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ଥିବା ଜଣାପଡ଼ିଛି l