ବଜ୍ରପାତ ରେ ୧୨ ମେଣ୍ଢା ଙ୍କ ମୃତ୍ୟୁ : କାଳ ବୈଶାଖୀ ର ପ୍ରଭାବ

0
126
ବଜ୍ରପାତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୯/୫) : ଗତ କାଲି ଗୁରୁବାର ସନ୍ଧ୍ୟାବେଳେ କାଳ ବୈଶାଖୀ ପ୍ରଭାବ ରେ ବଜ୍ରପାତ ହୋଇ ୧୨ ଟି ମେଣ୍ଢାଙ୍କ ମୃତ୍ୟୁ ଘଟିଛି l

ପ୍ରାପ୍ତ ଦୁଚନା ମୁତାବକ କାଶୀନଗର ବ୍ଲକ ଖଣ୍ଡାବା ପଂଚାୟତ ର ନୂଆ ସାରା ଗ୍ରାମ ରେ ସନ୍ଧ୍ୟାରେ ମେଣ୍ଢା ଗୁଡିକ ଚରୁଥିବା ବେଳେ ହଠାତ ବଜ୍ରପାତ ହୋଇଥିଲା, ଘଟଣା ସ୍ଥଳ ରେ ବଡ଼ି ସନ୍ତୋଷ ଙ୍କ ୧୨ ଟି ମେଣ୍ଢା ଙ୍କ ମର୍ତ୍ୟୁ ଘଟିଛି l ଖବର ପାଇ ନାଏବ ସରପଞ୍ଚ ରକମ ସତୀଶ ପହଂଚି ଘଟଣା ର ସବିଶେଷ ତଥ୍ୟ ପାଚଯରୋ ବୁଝି ଥିଲେ, ପ୍ରଶାସନ କୁ ସେ ସାହାଯ୍ୟ ମାଗିଛନ୍ତି l କାଶୀନଗର ସହର ରେ ମଧ୍ୟ ତାଣ୍ଡଵ ଖେଳି ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିଲା, ଅଗ୍ନିଶମ ବିଭାଗ ତୁରନ୍ତ ପହଂଚି ରାସ୍ତା ସଫା କରିଥିଲେ l