ମାଛ ଧରି ଫେରୁଥିବାବେଳେ ବୁଡି ଯାଇଥିଲା ଦେଶୀ ଡଙ୍ଗା

0
97
ମାଛ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମାଲକାନଗିରି, (୨୫/୦୫) : ମାଛ ଧରି ଫେରୁଥିବାବେଳେ ବୁଡି ଯାଇଥିଲା ଦେଶୀ ଡଙ୍ଗା । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଡଙ୍ଗା ବୁଡି ଘଟଣା । ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ମୃତକ କୃପା ବେନିଆ । ମାଛ ଧରି ଫେରୁଥିବାବେଳେ ବୁଡି ଯାଇଥିଲା ଦେଶୀ ଡଙ୍ଗା । ଦୁଇ ଜଣ ସୁରକ୍ଷିତ ଉଦ୍ଧାର ହୋଇଥିଲେ । ଜଣେ ନିଖୋଜ ଥିବାବେଳେ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ଆଜି ସକାଳେ ମାଛ ଧରି ଫେରୁଥିବା ସମୟରେ ବୁଡ଼ିଲା ଦେଶୀ ଡ଼ଙ୍ଗା । ଦେଶୀ ଡ଼ଙ୍ଗାରେ ୩ ଜଣ କୂଳକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ବୁଡ଼ିଲା ଦେଶୀ ଡଙ୍ଗା । କୃପା ବେନିଆ ନାମକ ଜଣେ ବ୍ୟକ୍ତି ନିଖୋଜ ଥିବା ବେଳେ ୨ ଜଣ ବ୍ୟକ୍ତି ସୁରକ୍ଷିତ ଭାବେ କୂଳକୁ ପହଁରି ଫେରିଥିଲେ । ଆଉ ଜଣେ କୂଳକୁ ଫେରିନଥିଲେ ।