ଶିଶୁ ମଙ୍ଗଳ କମିଟି ମନୋନୀତ ନୂତନ ଅଧ୍ୟକ୍ଷ ହେଲେ ଶଙ୍କର୍ଷଣ ପଣ୍ଡା

1
90
ହେଲେ

ରିପୋର୍ଟ : ପ୍ରେମାନନ୍ଦ ନାଏକ
ସୁବର୍ଣ୍ଣପୁର, (୨୬/୦୫) : ମହିଳା ଓ ଶିଶୁ ବିକାଶ ବିଭାଗ ଓଡିଶା ସରକାରଙ୍କ ପତ୍ର ସଂଖ୍ୟା ୧୦୪୭୮ ତା ୨୩/୦୫/୨୩ ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ସହିତ ବାଲେଶ୍ୱର, ନୟାଗଡ ଓ ଦେବଗଡ଼ ଜିଲ୍ଲାର ଶିଶୁ ମଙ୍ଗଳ କମିଟିର ମନୋନୀତ ନୂତନ ଅଧ୍ୟକ୍ଷ ଅଧ୍ୟକ୍ଷା ତଥା ସଦସ୍ୟ ସଦସ୍ୟା ଙ୍କ ନାମ ଘୋଷଣା କରାଯାଇଛି l

ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ମଙ୍ଗଳ କମିଟି ରେ ଶଙ୍କର୍ଷଣ ପଣ୍ଡା ଅଧ୍ୟକ୍ଷ ଭାବେ ମନୋନୀତ ହୋଇଥିବା ବେଳେ ସଦସ୍ୟ ସଦସ୍ୟା ଭାବେ ଶାନ୍ତନୁ କୁମାର କର୍ଣ୍ଣ, ବିଜୟଲକ୍ଷ୍ମୀ ସାହୁ,ହେମନ୍ତ କୁମାର ସା ଓ ପ୍ରିୟଦର୍ଶିନୀ ପୁରୋହିତ ପ୍ରମୁଖଙ୍କୁ ମନୋନୀତ କରାଯାଇଛି l ପ୍ରକାଶ ମତେ ବଲାଙ୍ଗୀର ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ସୁବର୍ଣ୍ଣପୁର ଜିଲ୍ଲାର ଅତିରିକ୍ତ ଦାୟିତ୍ୱରେ କାର୍ଯ୍ୟ କରୁଥିଲେ l

1 COMMENT

Comments are closed.