ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଓରିଏଷ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

0
124
ବିଜୁସ୍ୱାସ୍ଥ୍ୟ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୯ା୦୫) : ସୁବର୍ଣ୍ଣପୁର ଜିଲ୍ଲା ଡାକ୍ତରଖାନାରେ ରାଜ୍ୟ ସରକାରଙ୍କ ମହତ୍ୱକାଂକ୍ଷି ଯୋଜନା ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଏକ ଓରିଏଷ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଡାକ୍ତର ଦତ୍ୟ ନାରାୟଣ ପାଢିଙ୍କ ଅଧ୍ୟକ୍ଷତା ଏବଂ ଡାକ୍ତର ଦୁର୍ଗାଦତ୍ତ ଦାଶଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବିଏସ୍‌କେୱାଇ ଜିଲ୍ଲା ସଂଯୋଜିକା ପ୍ରଜ୍ଞାପରିମିତା ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଓରିଏଷ୍ଟେସନ୍ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର, ଏସ୍‌ଡିଏଚ୍ ଅଧ୍ୟକ୍ଷ, ବିଏସ୍‌କେୱାଇ ଅନୁବନ୍ଧିତ ଡାକ୍ତରଖାନାର ପରିଚାଳକ, ସ୍ୱାସ୍ଥ୍ୟ ମିତ୍ର ପ୍ରମୁଖ ଯୋଗ ଦେଇଥିଲେ । ବିଏସ୍‌କେୱାଇ ହିତାଧିକାରୀ ମାନେ କିଭଳି ସଂପୂର୍ଣ୍ଣ ମାଗଣା ଏବଂ ସୁବିଧାରେ ଚିକିତ୍ସା ସୁବିଧା ପାଇ ପାରିବେ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା ।

ବୈଠକରେ ଏଡିପିଏଚ୍‌ଓ (ଭିବିଡି), ଡା. ରମେଶ ଚନ୍ଦ୍ର ସ୍ୱାଇଁ, ଏଡିପିଏଚ୍‌ଓ (ଯକ୍ଷ୍ମା) ଡାକ୍ତର ପଦ୍ମହଂସା ଦୋରା, ବୀରମହାରାଜପୁର ଏସ୍‌ଡିଏଚ୍ ଅଧ୍ୟକ୍ଷ ଡାକ୍ତର ରବୀନ୍ଦ୍ର ପଣ୍ଡା, ତରଭା ମେଡିକାଲ ଅଧ୍ୟକ୍ଷ ଡାକ୍ତର କେ.କେ. ମିଶ୍ର, ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ପ୍ରକାଶ ଦଣ୍ଡସେନା, ଭେଷଜ ବିଶେଷଜ୍ଞ ଡାକ୍ତର ଜିତାରାମ ବିଦ୍‌, ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ସ୍ୱପ୍ନେଶ୍ୱର ବେହେରା, ଚକ୍ଷୁ ବିଶେଷଜ୍ଞ ଡାକ୍ତର ସଞ୍ଜୀବ କୁମାର କର, ଇଏନ୍‌ଟି ବିଶେଷଜ୍ଞ ଡାକ୍ତର ରଶ୍ମିରଞ୍ଜନ ହୋତା, ମହାନଦୀ ନେତ୍ର ଚିକିତ୍ସାଳୟ ପିଆର୍‌ଓ ଶ୍ରୀ ଗୋପାଳା, ସମଲେଶ୍ୱରୀ ନର୍ସିଂ ହୋମ ପରିଚାଳକ ଶୁଭାଶିଷ ରଥ, ଆଶା ନର୍ସିଂ ହୋମ ପରିଚାଳକ ରୁଦ୍ର ପଟ୍ଟନାୟକ ଓ ବୃନ୍ଦାବନ ମେହେର ଏବଂ ଶୋଭା କେୟାର ହସ୍ପିଟାଲ୍ ପରିଚାଳକ ସୁବାସ ପଣ୍ଡା ଓ ସଞ୍ଜୟ ବଡପଣ୍ଡା, କପିଳେଶ୍ୱର ଚେରିଟେବୁଲ୍ ହସ୍ପିଟାଲ୍ ମ୍ୟାନେଜର ଶୁଖିରାମ ମଲ୍ଲିକ ଯୋଗ ଦେଇଥିଲେ । କାଜଲ ରାଣୀ ପ୍ରଧାନ, ମହେନ୍ଦ୍ର ସାହୁ, ହେମନ୍ତ କୁମାର ପ୍ରଧାନ, ପୂର୍ବୀ ସରାଫ, ଦେବଦତ୍ତ ଦୀପା ପ୍ରମୁଖ ସ୍ୱାସ୍ଥ୍ୟ ମିତ୍ର ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ ।