ମୃତ୍ୟୁ ସଂଖ୍ୟା ୨୩୩ରେ ପହଞ୍ଚିଲା

0
88
ମୃତ୍ୟୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୦୩/୦୬) : ବାଲେଶ୍ୱର ବାହାନଗା ନିକଟରେ ଦୁଇ ଏକ୍ସପ୍ରେସ୍ ଟ୍ରେନ୍ କରମଣ୍ଡଳ ଏକ୍ସପ୍ରେସ ଓ ଯଶୱନ୍ତପୁର-ହାୱଡ଼ା ଏକ୍ସପ୍ରେସ ଭିତରେ ଘଟିଥିଲା ଭୟଙ୍କର ଦୁର୍ଘଟଣା ।

ଏହି ଦୁର୍ଘଟଣାରେ ବଢିଚାଲିଛି ମୃତକଙ୍କ ସଂଖ୍ୟା । ଏବେ ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୩୩ ପହଞ୍ଚିଥିବା ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଟୁଇଟ କରି ଜଣାଇଛନ୍ତି । ତେବେ ତେବେ ସମସ୍ତ ବଗିକୁ ଉଠାଯାଇନାହିଁ । ବଗି ତଳେ ଏବେ ବି ଆହୁରି ଅନେକ ମୃତଦେହ ରହିଥିବା ଅନୁମାନ କରାଯାଉଛି । ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।