ଗଙ୍ଗାନଦୀରେ ଭୁଶୁଡ଼ି ପଡ଼ିଲା ସିଏମ ନୀତୀଶ କୁମାରଙ୍କ ଡ୍ରିମ ପ୍ରୋଜେକ୍ଟ

1
113
ପଡ଼ିଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୫/୦୬) : ଗଙ୍ଗାନଦୀରେ ଭୁଶୁଡ଼ି ପଡ଼ିଲା ସିଏମ ନୀତୀଶ କୁମାରଙ୍କ ଡ୍ରିମ ପ୍ରୋଜେକ୍ଟ ।

ବିହାର ଭାଗଲପୁରରେ ଗଙ୍ଗା ନଦୀ ଉପରେ ୧୭୫୦ କୋଟି ବ୍ୟୟରେ ନିର୍ମାଣଧୀନ ଫୋର-ଲେନ ବ୍ରିଜ ଭୁଶୁଡ଼ି ପଡ଼ିଛି । ଖଗଡ଼ିଆ ଓ ଭାଗଲପୁରକୁ ସଂଯୋଗ କରିବା ପାଇଁ ନିର୍ମାଣ ହେଉଥିବା ବ୍ରିଜର ୩୦ରୁ ଅଧିକ ସ୍ଲାବ ଢଳିପଡ଼ିଛି । ଗତବର୍ଷ ଏପ୍ରିଲ ୨୭ରେ ମଧ୍ୟ ବ୍ରିଜର ଗୋଟିଏ ସେଗମେଣ୍ଟ ଭୁଶୁଡ଼ି ପଡ଼ିଥିଲା । ୨୦୧୫ ରୁ ଆରମ୍ଭ ହୋଇଥିବା ବ୍ରିଜ ନିର୍ମାଣ କାର୍ଯ୍ୟ ୮୦ ପ୍ରତିଶତ ଶେଷ ହୋଇଥିବାବେଳେ ଆଜି ସଂଧ୍ୟାରେ ଭୁଶୁଡ଼ି ପଡ଼ିଛି । ଏସପି ସିଙ୍ଗଲା କମ୍ପାନି ଦ୍ବାରା ଏହି ବ୍ରିଜର ନିର୍ମାଣ ହେଉଥିଲା । ଦୁଇଥର ବ୍ରିଜ ଭୁଶୁଡ଼ି ପଡ଼ିଥିବାରୁ ନିର୍ମାଣ କାର୍ଯ୍ୟ ଉପରେ ପ୍ରଶ୍ନ ଉଠିଛି ।

1 COMMENT

Comments are closed.