କୃଷକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା : ବଢ଼ିଲା ଧାନର ଏମଏସପି

1
99
କୃଷକଙ୍କ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୮/୦୬) : କୃଷକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ବଢ଼ିଲା ଧାନର ଏମଏସପି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୧୮୩ ଟଙ୍କାକୁ ବୃଦ୍ଧି ।

୨୦୧୪ ରେ ଧାନର ସହାୟକ ମୂଲ୍ୟ ଥିଲା ୧୩୧୦ ଟଙ୍କା । ୨୦୨୧ ବେଳକୁ ଏମଏସପି ୫୫୮ ଟଙ୍କା ବୃଦ୍ଧି ପାଇ ୧୮୬୮ରେ ପହଞ୍ଚିଥିଲା । ପୁଣି ବର୍ଷେ ପରେ ଏହା ୭୨ ଟଙ୍କା ବଢି ହେଲା ୧୯୪୦ ଟଙ୍କା । ୨୦୨୨-୨୩ରେ କେନ୍ଦ୍ର ସରକାର ଆଉ ୧୦୦ ଟଙ୍କା ବୃଦ୍ଧି କରି ସର୍ବନିର୍ମ ସହାୟକ ମୁଲ୍ୟ ୨୦୪୦ ଟଙ୍କା କଲେ କୃଷକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା ଏବେ ଆଉ ୧୪୩ ଟଙ୍କା ବଢି ୨୧୮୩ ଟଙ୍କା ହୋଇଛି । ଧାନର ଏମଏସପି ସିନା ବଢିଲା ହେଲେ ଓଡିଶାରେ ଚାଷୀଙ୍କୁ ପ୍ରଚଳିତ ଏମଏସପି ମିଳୁ ନଥିବା ବେଳେ ବର୍ଦ୍ଦିତ ଏମଏସପି କେମିତି ମିଳିବ ତାକୁ ନେଇ ଉଠିଛି ପ୍ରଶ୍ନ । ଯଦିଓ ବିଜେଡି ସରକାର ଧାନର ଏମଏସପି ୨୯୩୦ ଟଙ୍କା କରିବାକୁ ଦାବି କରୁଛନ୍ତି ତଥାପି କଟନି ଛଟନି ଓ ଯୋଗାଣ ବିଭାଗ- ମିଲର ମଧୁଚନ୍ଦ୍ରିକା ଯୋଗୁଁ ଧାର୍ଯ୍ୟ ସର୍ବନିମ୍ମ ସହାୟକ ମୁଲ୍ୟ ପାଉନାହାଁନ୍ତି ଚାଷୀ । ଟୋକନ ଟେନସନ ଯୋଗୁଁ ଓଡିଶା ଚାଷୀ ବାଧ୍ୟ ହୋଇ ଆନ୍ଧ୍ରର ବେପାରୀଙ୍କ ହାତରେ କମ ଦାମରେ ଧାନବିକ୍ରି କରୁଛନ୍ତି ।

ଗୋଟିଏ ପଟେ କେନ୍ଦ୍ର ଏମଏସପି ବଢାଉଛି କିନ୍ତୁ ଏମଏସପି ବୃଦ୍ଧିର କୌଣସି ଫାଇଦା ପହଁଚୁନି ଚାଷୀଙ୍କ ପାଖରେ । ଏମିତିକି ନାଁ ପଞ୍ଜିକରଣ କରିବି ଧାନ ବିକି ପାରୁନାହାଁନ୍ତି ଚାଷୀ । ଯୋଗାଣ ବିଭାଗର ହିସାବ ଅନୁସାରେ ୨୦୨୦-୨୧ ଖରିଫରେ ୨, ୮୧, ୩୬୯ ଚାଷୀ ଧାନ ବିକି ପାରି ନଥିଲେ ସେହିପରି ୨୦୨୧-୨୨ ଖରିଫରେ ୨ ଲକ୍ଷ ୫୦ ହଜାର ଓ ୨୦୨୨-୨୩ରେ ୧ ଲକ୍ଷ ୪୭ ହଜାର ଚାଷୀ ଧାନ ବିକି କରିପାରି ନଥିଲେ । ମିଲର୍ସ-ପ୍ରଶାସନର ମଧୁଚନ୍ଦ୍ରିକା, କଟନି ଛଟନି ଯୋଗୁଁ ଚାଷୀର ଧାନ ବିକ୍ରି ହୋଇପାରୁନି । ଯଦି ବିକ୍ରି ହେଉଛି ଏମଏସପି ଠାରୁ ଖୁବ କମ ଦରରେ ବିକ୍ରି ହେଉଛି । କେତେବେଳେ ଧାନ ଗଜା ହେଉଛି ତ କେତେବେଳେ ଚାଷୀ ରାତି ରାତି ମଣ୍ଡିରେ ଉଜାଗର ରହି ହତାଶ ହେଉଛି । ଟୋକନ ଲ୍ୟାପସ କରୁଛି । ଏବେ ପ୍ରଶ୍ନ, କେବେ ହେବ ମଣ୍ଡିର ସୁପରିଚାଳନା ଓ ଚାଷୀ ପାଇବେ ଏମଏସପିର ଲାଭ ।

1 COMMENT

Comments are closed.