ବିଶ୍ୱ ପାଣିପାଗ ସଂଗଠନର ଉପାଧ୍ୟକ୍ଷ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର

2
85
ବିଶ୍ୱ ପାଣିପାଗ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୩/୦୬) : ଓଡ଼ିଆ ପୁଅ ମୃତ୍ୟୁଞ୍ଜୟଙ୍କୁ ବଡ଼ ଦାୟିତ୍ବ । IMD ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ WMO ବା ବିଶ୍ୱ ପାଣିପାଗ ସଂଗଠନର ଉପାଧ୍ୟକ୍ଷ ପଦରେ ନିଯୁକ୍ତି ମିଳିଛି ।

WMOର ତିନି ଜଣ ଉପାଧ୍ୟକ୍ଷଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର । ଉପାଧ୍ୟକ୍ଷ ନିର୍ବାଚନରେ ମୃତ୍ୟୁଞ୍ଜୟଙ୍କୁ ୧୪୮ ଭୋଟରୁ ୧୧୩ ଭୋଟ ମିଳିଥିଲା । ଏ ନେଇ ଭାରତୀୟ ପାଣିପାଗ ବିଭାଗକୁ ଶୁଭେଚ୍ଛାର ସୁଅ ଛୁଟିଛି । ନିକଟରେ WMO executive council ର ନୂତନ ସଭ୍ୟ ପଦ ପାଇଁ ମତଦାନ ହୋଇଥିଲା । ଏହି ଗସ୍ତରେ ସେ ଭାରତ ସରକାରଙ୍କ ପକ୍ଷରୁ ଅନେକ ନୂତନ ଚୁକ୍ତି ସ୍ଵାକ୍ଷର କରିବା ସହିତ ପାଣିପାଗ ବିଜ୍ଞାନରେ ଭାରତର ସଫଳତାକୁ ଆଲୋକିତ କରିଥିଲେ । ସାଇକ୍ଲୋନ ସମୟରେ ଦେଶ କିପରି ଜୀବନ ହାନି ରୋକିବାରେ ସଫଳ ହୋଇଥିଲା ତାହା ବ୍ୟାଖ୍ୟା କରିଥିଲେ । ଭାରତ ପାଣିପାଗ ବିଭାଗ (ଆଇଏମଡି) ମହାନିର୍ଦ୍ଦେଶକ ଏମ ମହାପାତ୍ର ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲୁଏମଓ) ର ଉପ-ସଭାପତି ର ତିନୋଟି ପଦବୀ ମଧ୍ୟରୁ ଗୋଟିଏ ପାଇଁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।

2 COMMENTS

Comments are closed.