ବୌଦ୍ଧ ବ୍ଲକ କଂଗ୍ରେସ କମିଟିର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ : ବିଜେପି ଏବଂ ବିଜେଡ଼ିକୁ ନିଶାଣ

0
229

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୨୭/୦୮) : ନୂତନ ଭାବେ ଗଠିତ ହୋଇଥିବା ବୌଦ୍ଧ ବ୍ଲକ କଂଗ୍ରେସ କମିଟିର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଲକ୍ଷ୍ମୀପ୍ରସାଦ ଗ୍ରାମପଞ୍ଚାୟତର ଚଣ୍ଡୀତଳ ଶୈବ ପୀଠ ଠାରେ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଉମେଶ ତ୍ରିପାଠୀଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିବା ଜଣାଯାଏ |

ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀ ନବ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ ପୂର୍ବକ ନୂତନ ଭାବେ ପ୍ରଦେଶ କଂଗ୍ରେସ ଦ୍ୱାରା ମନୋନୀତ ହୋଇଥିବା ବୌଦ୍ଧ ବ୍ଲକ କଂଗ୍ରେସ ସଭାପତିଙ୍କୁ ଉପଢଉକନ ପ୍ରଦାନ କରି ସମ୍ବର୍ଦ୍ଧନା ଏବଂ ସ୍ୱାଗତ ଜଣାଇଥିଲେ | ଏହା ପରେ ଶ୍ରୀ ମିଶ୍ର ଏହି ସଭାରେ ଉପସ୍ଥିତ ଥିବା ଅନ୍ୟ ସମସ୍ତ ନୂତନ ମନୋନୀତ ବ୍ଲକ କର୍ମକର୍ତ୍ତାଙ୍କୁ ସ୍ୱାଗତ କରିବା ସହ ଅଭିବାଦନ ଜଣାଇ ଥିଲେ |

ଏତଦ ବ୍ୟତୀତ ବର୍ତମାନ ର କେନ୍ଦ୍ରରେ ଶାସନ କ୍ଷମତାରେ ଅଳଙ୍କୃତ ହୋଇଥିବା ବିଜେପି ଏବଂ ରାଜ୍ୟ ଶାସନରେ ଥିବା ବିଜେଡ଼ି ଦଳକୁ ନିଶାଣ କରି ଖୁବ ସମାଲୋଚନା କରିଥିଲେ, ଦେଶରେ କରୋନା ର ଦ୍ୱିତୀୟ ଲହରୀ ଜାରୀ ରହିଥିବା ବେଳେ ଗରୀବ ଖଟିଖିଆ ଲକଡାଉନ ପାଇଁ ନିଜ ନିଜ ପରିବାର ର ଜୀବନ ଜୀବିକା ବଞ୍ଚାଇବା ପାଇଁ ସଂଗ୍ରାମ ଜାରୀ ରଖି ତ୍ରାହି ତ୍ରାହି ଡାକୁ ଥିବା ବେଳେ କେନ୍ଦ୍ର ସରକାର ଗୋଟାଏ ପରେ ଗୋଟାଏ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସମୂହ କୁ ଦରବୃଦ୍ଧି ଘଟାଇବାରେ ଲାଗିଛି |

ରାଜ୍ୟର ବିଜେଡ଼ି ସରକାର ଚୁପ ହୋଇ ବସି ମଜା ଦେଖୁଛି ଏବଂ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ଦ୍ୱାରା ରାଜ୍ୟ ପାଉଥିବା ଆର୍ଥିକ ଅନୁଦାନ ସମୂହ କୁ ତାଙ୍କ ଦଳର କର୍ମୀ ମାନଙ୍କ ଦ୍ୱାରା ହରିଲୁଟ କରୁଛି, ଇନ୍ଦିରା ଗାନ୍ଧୀ ଆବାସ ଯୋଜନାର ନାମକୁ ବଦଳାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ଆବାସ ଆଦି ଯୋଜନା ନାମ କରଣ କରି ଉପଯୁକ୍ତ ହିତାଧିକାରୀଙ୍କୁ ଦିଆ ନ ଯାଇ ତାଙ୍କ ଦଳର ସରପଞ୍ଚ ମାନେ ହଜାର ହଜାର ଟଙ୍କାରେ ବିକ୍ରୀ କରିଚାଲିଛନ୍ତି, ଏପରି ଭାବେ ପ୍ରତ୍ୟେକ ବିଭାରେ ଗରୀବ ଖଟିଖିଆ ଙ୍କ ଅର୍ଥକୁ ହରିଲୁଟ କରିବାରେ ଲାଗିଛନ୍ତି |

ପେଟ୍ରୋଲ, ଡିଜେଲ, ଖାଇବା ତେଲ, ଲୁଣ, ଡାଲି ଆଦିର ପ୍ରତ୍ୟେକ ସାମଗ୍ରୀ ଦୈନନ୍ଦିନ ବଢ଼ାଇବାରେ ଲାଗିଛି ଆଉ ଆମ ମାନଙ୍କ ଉପରେ ଆର୍ଥିକ ବୋଝ ଲଦିବାରେ ଉଭୟ ବିଜେପି ବିଜେଡ଼ି ଦୁହେଁ କୋଳା କୋଳି ହୋଇ କେବଳ ଶସ୍ତା ରାଜନୀତି କରିଚାଲିଛନ୍ତି | ତେଣୁ ଆମକୁ ଆଜି ଠାରୁ ସଂଗଠିତ ହେବାକୁ ହେବ, ଆମ ଜିଲ୍ଲାରେ ହେଉଥିବା ଅନ୍ୟାୟ ବିରୁଦ୍ଧରେ ଛାତ୍ର କଂଗ୍ରେସ ଠାରୁ ଆରମ୍ଭ କରି କଂଗ୍ରେସର ସମସ୍ତ ଛାମୁଆ ସଂଗଠନ ଏକତ୍ରିତ ହୋଇ ଲଢେଇ କରି ଆମ ମାନଙ୍କ ନାର୍ଯ୍ୟ ହକ ଗୁଡିକୁ ପାଇବାରୁ ବଂଚିତ ହେଉଥିବା ବିରୁଦ୍ଧରେ ସ୍ୱର ଉତ୍ତଳୋନ କରିବାକୁ ହେବ ବୋଲି ମତ୍ତ ପ୍ରଦାନ କରି ଥିଲେ |

ଆଉ ଅଳ୍ପ କେଇ ମାସ ପରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆମମାନଙ୍କୁ ସଜାଗ ହେବାକୁ ପଡ଼ିବ ଏବଂ ଉଭୟ ବିଜେଡ଼ି ବିଜେପି ସରକାର ଙ୍କ ମାରଣ ତାରଣ ନୀତିକୁ ଲୋକଙ୍କୁ ଅବଗତ କରାଇ ପାରିଲେ ଜିଲ୍ଲାରେ ରହିଥିବା ଜିଲ୍ଲା ପରିଷଦ ଠାରୁ ଆରମ୍ଭ କରି ସମସ୍ତ ସରପଞ୍ଚ, ସମିତି ସଭ୍ୟ ସବୁ ଆମ କଂଗ୍ରେସ ଦଳର କର୍ମୀ ମାନେହିଁ ବିଜୟୀ ହୋଇ ପାରିବେ ବୋଲି କହିଥିଲେ |

ବୌଦ୍ଧ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ତ୍ରିପାଠୀ ତାଙ୍କ କର୍ମକର୍ତ୍ତାଙ୍କୁ ଆଗାମୀ ଦିନରେ ଖୁବ ପରିଶ୍ରମ କରିବାକୁ ହେବ ସେଥିପାଇଁ ସଜାଗ ହୁଅ ଏବଂ ଆମେ ଜାଗ୍ରତ ହେଲେ ବିଜୟର ବାନା ନିଶ୍ଚିତ ଭାବେ ଆମରି ଦଳ ହିଁ ଉଡାଇ ପାରିବ ବୋଲି କହିଥିଲେ |

ଶ୍ରୀ ତ୍ରିପାଠୀ ଙ୍କ ବ୍ୟତୀତ ଛାତ୍ର କଂଗ୍ରେସ ସଭାପତି ବିକ୍ରମ ପ୍ରଧାନ,ଉପ ସଭାପତି ଗଣ୍ଡାଧର ବିଶି,ବିଜୟ ମହାପାତ୍ର,ସାଧାରଣ ସମ୍ପାଦକ ପ୍ରମୋଦ ପ୍ରଧାନ,ସମ୍ପାଦକ ସୁଧୀର ହୋତା, ମୃତ୍ୟୁଞ୍ଜୟ ମହାକୁଳ, ବୌଦ୍ଧ ବ୍ଲକ ଓବିସି ସେଲ ଅଧ୍ୟକ୍ଷ ଉମେଶ ନାୟକ, ହରଭଙ୍ଗା ବ୍ଲକ କଂଗ୍ରେସ ସଭାପତି ପଙ୍କଜ କର୍ଣ୍ଣ ପ୍ରମୁଖ ସୁଚିନ୍ତିତ ମତାମତ ପ୍ରଦାନ କରି ଥିଲେ |

ଜିଲ୍ଲା କଂଗ୍ରେସ କମିଟିର ଗଣେଶ ଅଗ୍ରୱାଲ, ତାରିଣୀ ଜେନା, ସାଧାରଣ ସମ୍ପାଦକ ଅର୍ଜୁନ ମହାନନ୍ଦିଆ ଆଦି ଯୋଗ ଦେଇଥିବା ବେଳେ ଉପ ସଭାପତି ସମରେଶ ମିଶ୍ର ଆଜିର ଆୟୋଜିତ ସଭାକୁ ଧନ୍ୟବାଦ ପ୍ରଦାନ କରିଥିଲେ |