ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଲେ କେ. ସୀତାପୁର ଗ୍ରାମ ବାସି

0
144
ମୁଖ୍ୟମନ୍ତ୍ରୀ ଙ୍କୁ

ରିପୋର୍ଟ: ପ୍ରଣତି ସାବତ //
କାଶୀନଗର, (୧୦/୦୬) : କାଶୀନଗର ବ୍ଲକ କୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଅନୁଦାନ ମଞ୍ଜୁରୀ ମିଳିଥିବା ଜଣା ପଡିଛି । ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଲେ କେ. ସୀତାପୁର ଗ୍ରାମ ବାସି ।

ଗତ ୯ ତାରିଖରେ 5T ସଚିବଙ୍କ ଗଜପତି ଗସ୍ତ ରେ ଆସିଥିବା ବେଳେ କାଶୀନଗର ବ୍ଲକ ର ଅଧ୍ୟଖ୍ୟା ଶ୍ରୀମତୀ ବାଲା ସାୟାମ୍ମା ଓ ବିଜେଡି ସସଭାପତି ଅଖିଳ ପାତ୍ର ଙ୍କ ନେତୃତ୍ୱରେ ବହୁ ସରପଞ୍ଚ ଓ ସସମିତି ସଭ୍ୟ ବିଭିନ୍ନ ପ୍ରକଳ୍ପ ନେଇ ଦାବୀ ପତ୍ର ଦେଇଥିଲେ । ଶ୍ରୀ ପାଣ୍ଡିଆନ ୧୩ ତମ ଫେଜରେ ଗଜପତି ଜିଲ୍ଲା ସ୍ରମସ୍ତ ବ୍ଲକ ସହ କାଶୀନଗର ବ୍ଲକ ର କେ ସୀତାପୁର ରେ ଥିବା ରାଧାକୃଷ୍ଣ ମନ୍ଦିର ର ପୁନଃରୁଦ୍ଧାର ପାଇଁ ମଞ୍ଜୁରୀ ଦେଇଥିବାରୁ ଶ୍ରୀମତୀ ସାୟାମା, ତାଧାକୃଷ୍ଣ ଅଗୁପାତ୍ର ଦାରାପୁ ଯୋଗେଶ୍ୱର, ଦାରାପୁ କ୍ରିଷ୍ଣା ମୂର୍ତ୍ତୀ ଓ ଅନ୍ୟାନ୍ୟ ଗ୍ରାମ ବାସି ମୁଖ୍ୟମନ୍ତ୍ରୀ ଙ୍କୁ ଓ ପାଣ୍ଡିଆନକୁ ସାଧୁବାଦ ଜଣାଇଛନ୍ତି । ବର୍ତମାନ ୬ଟି ପଂଚାୟତ କୁ ଦିଆଯାଇଥିବା ବେଳେ ଅନ୍ୟ ପଂଚାୟତ ଗୁଡିକୁ ଛାଡି ଯାଇଥିବାରୁ କ୍ଷୋଭ ପ୍ରକାଶ ପାଇଛି ।