ଓଡ଼ିଶା ମୋଟର ଚାଳକ ସଂଘ କନ୍ଧମାଳ ଜିଲ୍ଲା ଟିକାବାଲି ଶାଖା ସଂଘର ବୈଠକ

0
80
ଓଡ଼ିଶା ମୋଟର

ରିପୋର୍ଟ : ଜଗଦୀଶ ଦାଶ
କନ୍ଧମାଳ, (୧୪/୦୬) : କନ୍ଧମାଳ ଜିଲ୍ଲା ଟିକାବାଲି ମାଁ ବ୍ୟାଘ୍ରଦେବି ଘରୋଇ ମଟର ଚାଳକ ସଂଘର ସାଧାରଣ ବୈଠକ କେନ୍ଦୁଗୁଡାରି ନର୍ସରୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ମୋଟର ଚାଳକ ସଂଘ କନ୍ଧମାଳ ଜିଲ୍ଲା ଟିକାବାଲି ଶାଖା ସଂଘର ବୈଠକଟିକୁ ସଭାପତିତ୍ବ କରିଥିଲେ ସଂଘର ସଭାପତି ଶ୍ରୀ ରମାକାନ୍ତ ବିଷୟୀ ।

ଉକ୍ତ ବୈଠକରେ ପ୍ରତେକ ଡ୍ରାଇଭର ଭାଇ ମାନଙ୍କୁ ଅବଗତ କରା ଦିଆଯାଇଥିଲା ଯେ, ଗାଡି ଚାଳନା ବେଳେ, ମଦ୍ୟପାନ ନକରି ଗାଡି ଚଲାଇବାକୁ ବାରଣ କରାଯାଇଥିଲା, ଯାତ୍ରୀ ଙ୍କୁ ଊତମ ବ୍ୟବହାର କରିବା, ଗାଡି ଚାଳନା ବେଳେ ସିଟ୍ ବେଲଟ୍ ଲଗେଇ ଚାଳନା କରିବା, ଯେ କୌଣସି ସ୍ଥାନକୁ ଗାଡିଭଡା ଯିବା ପୂର୍ବରୁ ସଂଘରେ ଅବଗତ କରାଇ ଯିବା ପାଇଁ ବାଧ୍ୟତା ମୁଳକ, ଯୋଉ ସ୍ତାନକୁ ଭଡାଯିବେ ସେହି ସ୍ଥାନରେ ଡ୍ରାଇଭର ଙ୍କ କୌଣସି ଅସୁବିଧା ହେଲେ ସ୍ଥାନୀୟରେ ଥିବା ଡ୍ରାଇଭର ସଂଘ ବା ପୋଲିସ ଙ୍କୁ ଅବଗତ କରାଇବେ, ତତ୍ ସଂଗେ ବିଭିନ୍ନ ଜିଲ୍ଲାରୁ ଆସୁଥିବା ବସ୍ ଗୁଡ଼ିକୁ ଏବଂ ଯାତ୍ରୀଙ୍କୁ ସୁରକ୍ଷା ବ୍ୟବସ୍ଥା କରିବା, ସଂଘର ପ୍ରତେକ ଡ୍ରାଇଭର ଭାଇମାନଙ୍କର କୌଣସି କାରଣରୁ ଦୁର୍ଘଟଣାରେ ମୃତ୍ୟୁ ବରଣ କଲେ, ଓଡ଼ିଶା ମୋଟର ଚାଳକ ସଂଘର କଲ୍ୟାଣ ପାଣ୍ଠି ତରଫରୁ ତାଙ୍କ ପରିବାରକୁ ୨୦ ହଜାର ଟଙ୍କା ପ୍ରଦାନ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ପ୍ରତେକ ଜିଲ୍ଲାରୁ ଆସୁଥିବା ଡ୍ରାଇଭର ଭାଇମାନେ ରାତ୍ର କାଳୀନ କୌଣସି ଅସୁବିଧା ହେଲେ ଟିକାବାଲି ମାଁ ବ୍ୟାଘ୍ରଦେବି ଘରୋଇ ମଟର ଚାଳକ ସଂଘର ଅଫିସ୍ ଗୃହରେ ଆଶ୍ରୟ ନେଇ ପାରିବେ ବୋଲି ନିଷ୍ପତ୍ତି କରା ଯାଇଥିଲା । ଏହି ବୈଠକରେ ଉପସ୍ଥିତ ରହିଥିଲେ ପୂର୍ବତନ ସଭାପତି ଶ୍ରୀ ଲଲାଟ ଭୋଇ, ସଂପାଦକ ଶ୍ରୀକାନ୍ତ ଭୋଇ, ସହ ସଂପାଦକ ଶ୍ରୀ ସିମାଞ୍ଚଳ ପଣ୍ଡା, ମନୋଜ ଦୋଳବେହେରା ଶୁକାନ୍ତ ମହାପାତ୍ର, ଶ୍ରୀଧର ପ୍ରଧାନ, ବ୍ରାହ୍ମାନନ୍ଦ ମଲିକ, ସନ୍ତୋଷ ସାହୁ, ସୀତାରାମ କହଁର, ହେମନ୍ତ ମୁଖି, ଅନୀଲ୍ ସାହୁ, କୃଷ୍ଣ କହଁର, ଶ୍ରୀଧର ମହାପାତ୍ର, ଏଭଳି ମସସ୍ତ ଡ୍ରାଇଭ୍ ର ଭାଇମାନେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା ।