ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ କନ୍ଧମାଳ ଗସ୍ତର ଦ୍ଵିତୀୟ ଦିନରେ ଜି.ଉଦୟଗିରି ଗସ୍ତ

0
172

ରିପୋର୍ଟ : ଜଗଦୀଶ ଦାଶ
ଜି.ଉଦୟଗିରି,ରାଇକିଆ,(୨୯/୦୮) : ରାଜ୍ୟ ମୁଖ୍ୟ ଶାସନ ସଚିବ ସୂରେଶ ମହାପାତ୍ରଙ୍କ ଦୁଇ ଦିନିଆ କନ୍ଧମାଳ ଗସ୍ତର ଦ୍ଵିତୀୟ ଦିନରେ ଆଜି ଜି.ଉଦୟଗିରିରେ ସକାଳ ପ୍ରାୟ ଘ ୧୦.୧୫ମି ସମୟରେ ପହଞ୍ଚିଥିଲେ ।

ପ୍ରଥମେ ଜି.ଉଦୟଗିରି ସ୍ଥିତ ସମନ୍ନିତରେ ଥିବା ହଳଦୀ ଗୁଣ୍ଡ ପ୍ରୋସେସିଂ ୟୁନିଟ୍ ବୁଲି ଦେଖିଥିଲେ । ସେଠାରୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଜି.ଉଦୟଗିରିରେ ନୂତନ ଭାବେ ଓପିଟିସିଏଲ ଦ୍ବାରା ନିର୍ମୀତ ୧୩୨/୩୩ କେଭି ବିଦ୍ୟୁତ ଷ୍ଟେସନ ପରିଦର୍ଶନ କରିବା ପରେ ସ୍ଥାନୀୟ ସ୍ମାର୍ଟ ବାଳିକା ଉଚ୍ଚ ବିଦ୍ୟାଳୟ ବୁଲି ପରିଦର୍ଶନ କରିବା ସହ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପିଲାଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ ।

ଆଜିର ଗସ୍ତ କାର୍ଯ୍ୟକ୍ରମରେ ରାଜ୍ୟ ମୂଖ୍ୟ ଶାସନ ସଚିବଙ୍କ ସହ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡି,ଜିଲ୍ଲାର ବିଭିନ୍ନ ପଦାଧିକାରୀ,ସ୍ଥାନୀୟ ବିଡିଓ ବିଜୟ କୁମାର ପ୍ରଧାନ,ତହସିଲଦାର ଡ.ଜନ୍ମେଜୟ ସାହୁ ପ୍ରମୁଖ ଉପସ୍ଥିତ ଥିବାବେଳେ ଏଠାରୁ ମଣ୍ଡାସାରୁ ଗସ୍ତ କରିଥିବା ସୂଚନା ମିଳିଛି ।