ଏକଲବ୍ୟ ସ୍କୁଲର ଉଦଘାଟନ ସହ କେନ୍ଦ୍ର ମନ୍ତ୍ରୀଙ୍କ ୨ ଦିନିଆ କୋରାପୁଟ ଜିଲ୍ଲା ଗସ୍ତ # 1. Best News – Eklavya School’s Opening

0
86
ଏକଲବ୍ୟ ସ୍କୁଲର ଉଦଘାଟନ

ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋରାପୁଟ, (୬/୭) : କୋରାପୁଟ ଜିଲ୍ଲା ପଟ୍ଟାଙ୍କି, ଲକ୍ଷ୍ମୀପୁର, କୋଟପାଡ଼ ଓ ବୋରିଗୁମ୍ମା ବ୍ଲକ୍ ଗସ୍ତ କରି ବିଭିନ୍ନ ସ୍ଥାନରେ ଶିଳାନ୍ୟାସ ଓ ଏକଲବ୍ୟ ସ୍କୁଲର ଉଦଘାଟନ କରିଛନ୍ତି ମାନ୍ୟବର କେନ୍ଦ୍ର ଆଦିବାସୀ ଉନ୍ନୟନ ମନ୍ତ୍ରୀ ଶ୍ରୀ ବିଶ୍ଵେଶ୍ଵର ଟୁଡ଼ୁଏକଲବ୍ୟ ସ୍କୁଲର ଉଦଘାଟନ

୫ ତାରିଖ ପୂର୍ବାହ୍ନରେ ପଟ୍ଟାଙ୍କି ଠାରେ ଏକଲବ୍ୟ ସ୍କୁଲର ଉଦଘାଟନ କରିବା ପରେ ଶ୍ରୀ ଟୁଡ଼ୁ ମଧ୍ୟାହ୍ନରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ପଞ୍ଚଡ଼ା ଠାରେ ଅନ୍ୟଏକ ଏକଲବ୍ଯ ବିଦ୍ୟାଳୟର ଶିଳାନ୍ୟାସ କରିଥିଲେ । ଏହାପରେ କୋଟପାଡ଼ ବ୍ଲକର ଢାମଣାହାଣ୍ଡି ଗ୍ରାମରେ ଜାତୀୟ ରାଜପଥ କଡ଼ରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଅପରାହ୍ନ ସାଢ଼େ ଚାରି ଘଣ୍ଟା ସମୟରେ ଉଦଘାଟନ କରିଥିଲେ ।

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ସୁନୀଲ କୁମାର ତାଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ରମେଶ ଚନ୍ଦ୍ର ମାଝୀ, ସ୍ଥାନୀୟ ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ, ବି.ଡି.ଓ. ଶ୍ରୀମତୀ ସ୍ନେହପ୍ରଭା ମାଝୀ, ଜିଲ୍ଲା ପରିଷଦ ସଭ୍ୟା ଗୀତା ମାଝୀ, ବରିଷ୍ଠ କଂଗ୍ରେସ ନେତା ଶ୍ରୀ ମଣି ପ୍ରସାଦ ପଟ୍ଟନାୟକ,ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି, ବ୍ଲକ ଅଧ୍ୟକ୍ଷା କମଳା ପୂଜାରୀ, ଉପାଧ୍ୟକ୍ଷ ତପନ ପାଣିଗ୍ରାହୀ, ବରିଷ୍ଠ ବି.ଜେ.ପି.ନେତା ରାମେଶ୍ୱର ଜେନା, ଜିଲ୍ଲା ପରିଷଦ ସଭ୍ୟ ତ୍ରିପତି ଚଲାଣ, ସୁମନ୍ତ ପ୍ରଧାନ, ବାଳକୃଷ୍ଣ ମାଝୀ, ଚନ୍ଦ୍ର ଶେଖର ଦାସ, ପଦ୍ମନ ବିଶୋଇ, ୱେଲଫର ଅଫିସର ଆକାଶ ଜେନା, ରିଙ୍କୁ ବ୍ରହ୍ମା ,ପି .ଏ. ଆଇ. ଟି. ଡି .ଏ. , ଉପ ଜିଲ୍ଲାପାଳ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଏକଲବ୍ୟ ସ୍କୁଲର ଉଦଘାଟନ- ଆଜି ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏତେ ବଡ ପ୍ରକଳ୍ପର ଏଠାରେ ନିର୍ମାଣ ହୋଇ ପାରିଛି, ବହୁ ପିଲା ଉପକୃତ ହୋଇପାରିବେ ବୋଲି ବୁଦ୍ଧି ଜୀବି ମାନେ ପ୍ରକାଶ କରିଥିବା ଜଣା ଯାଇଛି। ଏନ.ପି .ସି ସି. ଦ୍ୱାରା ଏହି କୋଠା ନିର୍ମାଣ ହୋଇ ଚି ବୋଲି ଜଣା ଯାଇଛି |ସନ୍ଧ୍ୟା ସାଢେ଼ ସାତରେ କୋଟପାଡ଼ କଲ୍ୟାଣ ମଣ୍ଡପ ଠାର ବି ଜେ ପି କର୍ମୀ ସମ୍ମିଳନି ରେ ଯୋଗ ଦେଇ କେନ୍ଦ୍ର ସରକାର ଙ୍କ ଯୋଜନା କୁ ଲୋକଙ୍କପାଖକୁ ପହଞ୍ଚାଇବାକୁ ଏବଂ ଦମୟନ୍ତୀ ସାଗରର ଓ ଦେୱାନ ମୁଣ୍ଡା ର ପୁନଃ ଉଦ୍ଧାର ପାଇଁ କେନ୍ଦ୍ର ସରକାର ଯଥେଷ୍ଟ ଅନୁଦାନ ଯୋଗେଇବେ ବୋଲି ନିଜ ଅବିଭାଷଣରେ ଉପସ୍ଥିତ କର୍ମୀଙ୍କୁ ଉଦବୋଧନ ଦେଇଥିବା ଜଣା ଯାଇଛି ।ଏହି ଅବସରରେ କୋଟପାଡ଼ ବ୍ଲକ ଓ ଏନ. ଏ .ସି ସମେତ ଛତିଶଗଡ଼ ରୁ ପ୍ରାୟ ପାଞ୍ଚ ଶହରୁ ଉର୍ଦ୍ଧ୍ବ ନୂତନ କର୍ମୀ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଦକ୍ଷତାରେ ଅନୁପ୍ରାଣିତ ହୋଇ ବି ଜେ ପି ରେ ଯୋଗ ଦେଇଥିବା ଜଣା ଯାଇଛି I

ଆଜି ଅପରାହ୍ନ ଘ.୩.୩୦ମିନିଟ ସମୟରେ ବୋରିଗୁମ୍ମା ବ୍ଲକ୍ ଗସ୍ତ କରି ଶ୍ରୀ ଟୁଡ଼ୁ ଅଞ୍ଚଳା ଠାରେ ଏକଲବ୍ୟ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ପି.ଏ.ଆଇ.ଟି ଡି.ଏ ଶ୍ରୀ ଗୋପୀନାଥ ସାରକା, କନିଷ୍ଠ ଯନ୍ତ୍ରୀ ଚୈତନ ବାସ୍କେଇ, ବିଜେପି ନେତା ସୁମନ୍ତ ପ୍ରଧାନ, ଭାସ୍କର ଭଟ୍ଟ, ଗୌତମ ସାମନ୍ତରାୟ, ରାଜ ସିଂ, ରାଜା ରାଓଙ୍କ ସମେତ ଗୌରୀଶଙ୍କର ମିଶ୍ର, ଭଗବାନ ବିଷୋୟୀ, ଅଜି ମିଶ୍ର, ପଦ୍ମନ ଭତ୍ରା । ଆଦି ନାରାୟଣ, ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ ।