ମୃତଦେହ ଉଦ୍ଧାର-ନିଖୋଜ 1 ଯୁବକଙ୍କ ଝୁଲନ୍ତା ଅବସ୍ଥାରେ

0
85
ମୃତଦେହ ଉଦ୍ଧାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୦୭/୦୭) : ଯାଜପୁର ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥର କୃଷ୍ଣଦାସପୁର ଛକ ନିକଟରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି ।

ମୃତଦେହ ଉଦ୍ଧାର-ମୃତକ ହେଲେ ମାଣ୍ଡୁକା ଗ୍ରାମର ଯଦୁ ଦଳେଇ । ସୂଚନା ଅନୁଯାୟୀ ଗତକାଲି ରାତିରୁ ଯଦୁ ଘରକୁ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜା ଖୋଜି ପରେ ଆଜି ସକାଳୁ ସକାଳୁ ୫୩ ନମ୍ବର ଜାତୀୟ ରାଜପଥର କୃଷ୍ଣଦାସପୁର ଛକ ନିକଟରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଯଦୁଙ୍କ ମୃତଦେହ ଠାବ ହୋଇଛି | ତେବେ ଯଦୁଙ୍କ ମୃତ୍ୟୁକୁ ନେଇ ନାନାଦି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ଆତ୍ମହତ୍ୟା ନା ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ରହିଛି ସେ ନେଇ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।