ପୁଣି ଆଉ 1 ଘୂର୍ଣ୍ଣିବଳୟ, ଭିଜିବ ଆଭ୍ୟନ୍ତରୀଣ ଓଡ଼ିଶା

0
77
ଘୂର୍ଣ୍ଣିବଳୟ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୭/୭) : ରାଜ୍ୟରେ ପୁଣି ଆଉ ଏକ ଘୂର୍ଣ୍ଣିବଳୟ । ଭିଜିବ ଆଭ୍ୟନ୍ତରୀଣ ଓଡ଼ିଶା । ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

୯ ରୁ ବଢିବ ବର୍ଷାର ପରିମାଣ । ରାଜ୍ୟରେ ମୌସୁମୀ ପୁଣି ସକ୍ରିୟ ହୋଇଥିବା ବେଳେ ରାଜ୍ୟର ଅନେକ ଅଂଚଳରେ ବିସ୍ତୃତି ବର୍ଷା ହୋଇଛି । ଘୂର୍ଣ୍ଣିବଳୟ ଗାଙ୍ଗୟ ପଶ୍ଚିମବଙ୍ଗ ଉପତ୍ୟକା ଓ ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡିଶାରେ ରହୁଛି । ଏହାର ପ୍ରଭାବରେ ଆସନ୍ତା ୧୨ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ସମ୍ଭାବନା ରହିଛି । ବରଗଡ଼ ବଲାଙ୍ଗୀର ସମ୍ବଲପୁର ଝାରସୁଗୁଡ଼ାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏହାସହ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ପ୍ରବଳ ବର୍ଷାର ସମ୍ଭାବନା ରହିଛି । ପାଖାପାଖି ୭ ରୁ ୨୦ ସେମି ବର୍ଷା ରେକର୍ଡ ହେବାର ପୂର୍ବାନୁମାନ କରାଯାଇଥିବାବେଳେ ସାରା ରାଜ୍ୟରେ ବର୍ଷାର ପ୍ରବାଭ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।