ଟାଟା ପାୱାର ର ଏକି ପ୍ରକାର ସମ୍ପର୍କ କେନ୍ଦ୍ର / ସେବା ନାମରେ ଠକେଇ ? No 1 Best Fraud in the name of service

0
152
ସମ୍ପର୍କ କେନ୍ଦ୍ର

ରିପୋର୍ଟ: ପ୍ରଣତି ସାବତ //
କାଶୀନଗର (୦୮/୦୭): ଅଧୁନା ଓଡ଼ିଶାର ସର୍ବାଗ୍ରେ ରହିଥିବା ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାୱାର ବିଭିନ୍ନ ଯାଗାରେ ତାହାର ସମ୍ପର୍କ କେନ୍ଦ୍ର ଖୋଲିଥିବା ଦେଖିବାକୁ ମିଳୁଛି | ହେଲେ ଏହା କାହା ହିତ ଓ ସ୍ୱାର୍ଥ ପାଇଁ କାମରେ ଲାଗୁଛି ବୋଲି ଉପଭୋକ୍ତା ମାନେ ପ୍ରଶ୍ନ କରିଛନ୍ତି |

ଟାଟା ପାୱାରର ଏ କି ପ୍ରକାର ସମ୍ପର୍କ କେନ୍ଦ୍ର:-ଏକଦା ଓଡିଶା ଏକ ବିଦ୍ୟୁତ ବଳକା ରାଜ୍ୟ ଭାବେ ଗଣନାରେ ରହିଛି | ଓଡିଶା ସରକାରଙ୍କ ଗ୍ରୀଡ଼କୋ ବୋଲି ଏକ ବିତରଣ କମ୍ପାନୀ ରହିଛି | ବିଦ୍ୟୁତ ଉତ୍ପାଦନ ପାଇଁ ଓଡିଶା ପାୱାର ଜେନେରାସନ କର୍ପୋରେସନ ରହିଛି | ଦୀର୍ଘ ବର୍ଷ ହେବ ଓଡିଶା ସରକାର ଭିତ୍ତିଭୂମି ନିମନ୍ତେ ଗୁଡ଼ାଏ ଟଙ୍କା ଖର୍ଚ୍ଚ କରି ଆସିଛନ୍ତି | ଯାହାଫଳରେ ଭିତ୍ତି ଭୂମି ଆମର ବହୁତ ଶକ୍ତ, ଶାଗ ମାଛ ଦରରେ ବିତରଣ କମ୍ପାନୀ ଟାଟା ପାୱାରକୁ ବିତରଣ ଦାଇତ୍ୱ ଦିଆଗଲା | ଏବେ କମ୍ପାନୀ ଚଢା ଦରରେ ବିଦ୍ୟୁତ ଉପଭୋକ୍ତାଙ୍କୁ ବିଦ୍ୟୁତ ଦେୟ ଦେବାକୁ ପଡୁଛି |

କମ୍ପାନୀ ଘୋରେଇ ଉପଭୋକ୍ତା ପାଖରୁ ପ୍ରତି କୋଡିଏ ଦିନରେ ବିଦ୍ୟୁତ ବିଲ ଦେଉଥବା ଅଭିଯୋଗ ମଧ୍ୟ ରହିଛି | ଏପଟ କମ୍ପାନୀ ବିଭିନ୍ନ ରେଷ୍ଟ ସେଡ ଓ ମନ୍ଦିର କାନ୍ଥରେ ସମ୍ପର୍କ କେନ୍ଦ୍ର ବୋଲି ବୋର୍ଡ ଲଗାଇ ଅଛି | ଏହି ସମ୍ପର୍କ କେନ୍ଦ୍ରରେ କିଏ ଦାଇତ୍ୱରେ ରହୁଛି ଏବଂ ଏଠାରେ ଗ୍ରାହକ ମାନଙ୍କ ପାଇଁ କେତେ ଉପାଦେୟ କେବଳ କମ୍ପାନୀ ହିଁ ଜାଣିଛି | ଚଳିତ ବର୍ଷ ଅଘୋଷିତ ବିଦ୍ୟୁତ କାଟରେ କମ୍ପାନୀ ପ୍ରଥମ ସ୍ଥାନ ପାଇଥିବ | କମ୍ପାନୀ ଆଉଟସୋର୍ସିଙ୍ଗ ଜରିଆରେ ଆଇ ଟି ଆଇ ପିଲାଙ୍କୁ ନେଉଛି, କୁଆଡେ ଆଉଟ ସୋର୍ସିଙ୍ଗ ସଂସ୍ଥା ଲକ୍ଷାଧିକ ଟଙ୍କା ଆଦାୟ କରୁଥିବା ଅଭିଯୋଗ ମଧ୍ୟ ରହିଛି | ଏଣୁ ସେବା ନାମରେ କିଭଳି ଲୋକେ ଫସିଛନ୍ତି ଏସବୁର ତଦନ୍ତ ହେବା ଆବଶ୍ୟକ ବୋଲି ଉପଭୋକ୍ତା ମାନେ ଅଭିଯୋଗ କରିଛନ୍ତି |