ନିଆରା ଢଙ୍ଗରେ ଜନ୍ମଦିନ ପାଳନ : ୧୦୦ ରୁ ଉର୍ଦ୍ଧ ବୃକ୍ଷ ରୋପଣ

0
804

ରିପୋର୍ଟ : ପ୍ରେମାନନ୍ଦ ନାଏକ
ସୁବର୍ଣ୍ଣପୁର, (୧୦/୦୭) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଦୂର୍ଜନତୈଲା ପଞ୍ଚାୟତ ଅନ୍ତର୍ଗତ ବରଘାଟ ର ଯୁବ ସମାଜସେବୀ ଶରତ କୁମାର କ୍ଷେତି ନିଜର ୨୬ ତମ ଜନ୍ମ ଦିନ କୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ।WhatsApp Image 2023 07 10 at 12.03.54 1 ନିଆରା ଢଙ୍ଗରେ ଜନ୍ମଦିନ ପାଳନ : ୧୦୦ ରୁ ଉର୍ଦ୍ଧ ବୃକ୍ଷ ରୋପଣ

ଆଜିର ଆଧୁନିକ ସମାଜରେ କେହି କେହି ଭୋଜି କରି କେକ୍ କାଟି ନିଜ ନିଜ ଜନ୍ମ ଦିନ ପାଳନ କରୁଥିବା ବେଳେ ଶରତ କିନ୍ତୁ ରକ୍ତ ଦାନ, ବୃକ୍ଷ ରୋପଣ, ଗରିବ ଲୋକଙ୍କ ସେବା ଓ ଛୋଟ ଶିଶୁ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରି ବିଗତ ବର୍ଷ ଗୁଡ଼ିକରେ ଜନ୍ମ ଦିନ ପାଳନ କରିଛନ୍ତି । ଚଳିତ ବର୍ଷ ରାମେଶ୍ବର ମନ୍ଦିର ଠେଙ୍ଗୋ ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରିବାସହ ରାସ୍ତାକଡ଼ରେ ପ୍ରାୟ ୧୦୦ ରୁ ଉର୍ଦ୍ଧ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରିବା ସହ ଛୋଟ ଛୋଟ ଶିଶୁ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ସେ ବର୍ତ୍ତମାନ ପର୍ଯ୍ୟନ୍ତ ୧୫ଥର ରକ୍ତଦାନ କରିଥିବା ବେଳେ ଆଗକୁ ୫୧ଥର ରକ୍ତଦାନ କରିବା ପାଇଁ ଲକ୍ଷ ରଖିଛନ୍ତି । ସେ ସବୁବେଳେ ଗରିବ ଲୋକଙ୍କ ସେବା କରୁଥିବା ବେଳେ ଅନ୍ୟମାନଙ୍କୁ ମଧ୍ୟ ରକ୍ତଦାନ ଓ ଵୄକ୍ଷ ରୋପଣ କରି ଏକ ସୁସ୍ଥ ସମାଜ ଗଠନ ପାଇଁ ଅନୁରୋଧ କରିଛନ୍ତି ।