କାଶୀନଗର ପୌରପରିଷଦ ରେ ଭାରତୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ

0
240

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର,(୩୧/୮) : କାଶୀନଗର ପୌରପରିଷଦ ର ପ୍ରଶାସକ ତଥା ଉପ ଜିଲ୍ଲାପାଳ ଶ୍ରୀ ଦିଲୀପ ମହାରଣା ଙ୍କ ସଭାପତିତ୍ବ ରେ ଅନୁଷ୍ଟିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ମେଡିକାଲ୍ ଅଫିସର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | କାଶୀନଗର ପୌରପରିଷଦ ନିର୍ବାହୀ ଅଧିକାରୀ ଡ.ସତ୍ୟ ସମ୍ପୂର୍ଣ ରାଉତ ସ୍ଵାଗତ ଭାଷଣ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ଦ୍ଵିପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ । ସଭାପତି ଶ୍ରୀ ଦିଲୀପ ମହାରଣା ଅତିରିକ୍ତ ଜିଲ୍ଲାପାଳ ଓ ନିର୍ବାହୀ ଅଧିକାରୀ ଙ୍କୁ ସମ୍ବର୍ଦ୍ଧନା କରିଥିଲେ । ସ୍ୱଚ୍ଛ ସାଥୀ,ସୁପର୍ ଭାଇଯାର, ଷ୍ଟ୍ରିଟ ଭେଣ୍ଡର ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସକାଳୁ ଜାତୀୟ ପତାକା ଉତ୍ତାଲନ କରାଯାଇଥିଲା । ମେଡିକାଲ୍ ରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା ।

୧୯୭୫ ମସିହାରେ ୧୩ଟି ୱାର୍ଡ଼କୁ ନେଇ ଏହି ଏନ୍ ଏ ସି ଗଠିତ ହୋଇଥିଲା । ଏନ୍ ଏ ସି ବିଭିନ୍ନ ସେବା ନେଇ ସୁଶ୍ରୀ ରାଉତ ନିଜ ବକ୍ତବ୍ୟରେ କହିଥିଲେ । ଆଜି ସ୍ୱାୟତ୍ତ ଶାସନ ଦିବସ ପାଳିତ ହେଉଥିଲେ ମଧ୍ୟ କୌଣସି ରାଜନୈତିକ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା । ଶାସନ ଓ ପ୍ରଶାସନ ମଧ୍ୟରେ ଆଜିର ଶଭା ସମାପ୍ତି ହୋଇଥିବାରୁ ବିଭିନ୍ନ ରାଜନୈତିକ ଦଳ ବିଜେଡ଼ି,ବିଜେପି କଂଗ୍ରେସ ତରଫରୁ ଏହାକୁ ନିନ୍ଦା କରାଯାଇଥିଲା ।