ନବରଙ୍ଗପୁର ପୌରାଞ୍ଚଳ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

0
195

ରିପୋର୍ଟ : ଜିଲ୍ଲାପ୍ରତିନିଧି ଏ. ସତୀଶ //
ନବରଙ୍ଗପୁର, (୩୧/୦୮) : ନବରଙ୍ଗପୁର ପୌରାଞ୍ଚଳ ପରିଷଦ ପକ୍ଷରୁ ମଙ୍ଗଳବାର ସ୍ୱାୟତ୍ତ ଶାସନ ଦିବସ କୋଭିଡ୍‍ ଗାଇଡ୍‍ଲାଇନ ଅନୁପାଳନ ପୂର୍ବକ ପାଳିତ ହୋଇଯାଇଛି ।dc057a35 5e9e 4dac aed2 b65227809a3a ନବରଙ୍ଗପୁର ପୌରାଞ୍ଚଳ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

ନବରଙ୍ଗପୁର ପୌରାଞ୍ଚଳ କାର୍ଯ୍ୟାଳୟର ବିଭିନ୍ନ ବିଭାଗ ର ଅଧିକାରୀ, ଯନ୍ତ୍ରୀଙ୍କ ସମେତ ସମସ୍ତ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ଏହି ଅବସରରେ ପୌର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୌର କାର୍ଯ୍ୟାଳୟର ବଡ଼ବାବୁ ଯୁଗୋଳ ମିଶ୍ର ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ବଡ଼ ବାବୁ ଶ୍ରୀ ମିଶ୍ର ପୌରାଞ୍ଚଳ ର ସଫେଇ କର୍ମଚାରୀ ଓ ସ୍ୱଚ୍ଛ କର୍ମୀମାନଙ୍କୁ ପୋଷାକ ବିତରଣ କରିବା ସହ ସମ୍ମାନିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପୌରାଞ୍ଚଳର ଜ୍ୟୋତି ପରିଚ୍ଛା, ରାଜେଶ ତ୍ରିପାଠୀ , ଟୁନା ଦାସ , ଦୀପକ ବେହେରା , ସାନୁ ପ୍ରହରାଜ , ରଘୁ ଜାନି , ତ୍ରିନାଥ ଜାନି ସମେତ କାର୍ଯ୍ୟାଳୟ ର ବହୁ କର୍ମଚାରୀ ଉପସ୍ଥିତ ଥିଲେ ।