ଦୁଲଦୁଲିଗୁଡା ନିକଟସ୍ଥ ରାସ୍ତାରେ ବିରାଟ ବଡ ଗଛ ପଡି ରାସ୍ତା ଅବରୋଧ : ଜାତୟତରେ ବାଧା ସୃଷ୍ଟି

0
168

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର,ତା-(୧/୯) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନାରାୟଣପୁର ପଞ୍ଚାୟତର ଦୁଲଦୁଲିଗୁଡା ନିକଟସ୍ଥ ରାସ୍ତାରେ ବିରାଟ ବଡ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି ।9feffe8a 4224 4472 8553 5a3ed29b78a9 ଦୁଲଦୁଲିଗୁଡା ନିକଟସ୍ଥ ରାସ୍ତାରେ ବିରାଟ ବଡ ଗଛ ପଡି ରାସ୍ତା ଅବରୋଧ : ଜାତୟତରେ ବାଧା ସୃଷ୍ଟି

ଦୁଲଦୁଲିଗୁଡା ଠାରୁ କେନ୍ଦୁଗୁଡା ଗାଁକୁ ସଂଯୋଗ କରୁଥିବା ପ୍ରଧାନ ମନ୍ତ୍ରୀ ସଡକ ଯୋଜନା ରାସ୍ତା ପାର୍ଶ୍ୱରେ ଥିବା ପୁରୁଣା ଆମ୍ବ ଗଛ ବର୍ଷା ପବନ ନଥାଇ ମଧ୍ୟ ଗଛ ପଡି ରାସ୍ତା ଅବରୋଧ ହୋଇଛି । ଏହାକୁ ନେଇ ଅଞ୍ଚଳ ବାସୀ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଦୁଲଦୁଲିଗୁଡା ନିକଟସ୍ଥ ରାସ୍ତାରେ ପହଞ୍ଚି ଗଛ କାଟି ଦେଇ ଚାଲି ଆସିଥିଲେ । ରାସ୍ତାରୁ ଗଛ ହଟାଇବାକୁ ହେଲେ ଜେସିବି ର ଆବଶ୍ୟକତା ରହିଛି ବୋଲି ଅଞ୍ଚଳର ଲକ୍ଷ୍ମୀ ନାରାୟଣ ପୂଜାରୀ, ଗଣାପତି ପୂଜାରୀ, ସୁରେସନ ପାତ୍ର,ଏ ନଗରାଜୁ କହିଛନ୍ତି ।

ଉକ୍ତ ରାସ୍ତାରେ ଜାତୟତରେ ବାଧା ସୃଷ୍ଟି ହେଉଛି । ଯଦି କୌଣସି ଗର୍ଭବତୀ ପ୍ରସବ ପାଇଁ ଯନ୍ତ୍ରଣା ହୁଏ ତେବେ ସେହି ରାସ୍ତା ଦେଇ କୌଣସି ଗାଡି ଯିବାର ସମ୍ଭାବନା ନାହିଁ। ତେଣୁ ଉକ୍ତ ଗଛ କୁ ତୁରନ୍ତ ରାସ୍ତା ରୁ ହଟାଇବାକୁ କେନ୍ଦୁଗୁଡା ଓ ଦୁଲ ଦୁଲି ଗୁଡା ଗ୍ରାମ ବାସୀ ଅଭିଯୋଗ କରିଛନ୍ତି।