ପୂର୍ବତନ ରାଜ୍ୟସଭା ସାଂସଦ ଡକ୍ଟର ଚନ୍ଦନ ମିତ୍ର ଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

0
174

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୦୨/୦୯) : ପାୟୋନିଅର ଇଂରାଜୀ ଖବରକାଗଜର ସଂପାଦକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଡକ୍ଟର ଚନ୍ଦନ ମିତ୍ରଙ୍କ ଆଜି ୬୬ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି ।

ଏଥିରେ ଗଭୀର ଭାବରେ ମର୍ମାହତ ହୋଇ ପୂର୍ବତନ ରାଜ୍ୟସଭା ସାଂସଦ ଡକ୍ଟର ମିତ୍ରଙ୍କ ଦେହାନ୍ତ ଆମ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଓଡିଶା ପ୍ରଜା ସଂଘର୍ଷ ସମିତି ରାଜ୍ୟ ସଭାପତି ଜନନେତା ଇଂ. ଦେବାଶିଷ ହୋତା ପ୍ରକାଶ କରିଛନ୍ତି । ଇଂ. ହୋତା ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ , ତାଙ୍କର ବ୍ୟକ୍ତିଗତ ପରିଚୟ ଡକ୍ଟର ମିତ୍ରଙ୍କ ସହିତ ଇଣ୍ଡିଆନ୍ ମିଡିଆ ସେଣ୍ଡର୍ ( ଆଇଏମସି ) ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ୧ ମଇ ୨୦୧୧ ଦିନ ହୋଇଥିଲା । ସେତେବେଳେ ଢେଙ୍କାନାଳର ସିନର୍ଜ ଇଂଜିନିୟରିଂ କଲେଜରେ ହେଉଥିବା ଏହି ରଷ୍ଟ୍ରୀୟ କାର୍ଯ୍ୟକାରିଣୀର ମୁଁ ଆୟୋଜକ ଥିଲି ଏବଂ ଡକ୍ଟର ମିତ୍ର ଆଇଏମସିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ ।

ଦେଶର ସାଧାରଣ ଲୋକମାନଙ୍କର ସମସ୍ୟାଗୁଡିକର କିଭଳି ସମାଧାନ ହୋଇପାରିବ ସେଥିପାଇଁ ସେ ସର୍ବଦା ଚିନ୍ତା କରୁଥିଲେ । ଅନେକ ଉଚ୍ଚପଦବୀରେ ଥାଇ ମଧ୍ୟ ତାଙ୍କ ମନରେ ଆଦୌ ଅହଙ୍କାର ନ ଥିଲା । ସମସ୍ତଙ୍କର କଥାକୁ ଗୁରୁତ୍ବ ଦେଇ ସେ କାମ କରୁଥିଲେ । ଡକ୍ଟର ମିତ୍ରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପାୟୋନିଅର ଇଂରାଜୀ ଖବରକାଗଜର ସମସ୍ତ କର୍ମଚାରୀ କାମକରୁଥିବାରୁ ଏହା ଆଜି ସାରା ଭାରତରେ ସାଧାରଣ ଲୋକମାନଙ୍କର ସ୍ୱର ପାଲଟିପାରିଛି ବୋଲି ଇତ୍ୟବସରରେ ଇଂ.ହୋତା ପ୍ରକାଶ କରିଛନ୍ତି ।