କାଶୀନଗର ରେ ଜନ୍ମାଷ୍ଟମୀ ପର୍ବ ପାଳିତ

0
69
କାଶୀନଗର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୬/୯) : ଆଜି କାଶୀନଗର ସହର ର ବିଭିନ୍ନ ମନ୍ଦିର, ପାଠାଗାର ମାନଙ୍କ ରେ ଜନ୍ମାଷ୍ଟମୀ ପର୍ବ ପାଳିତ ହୋଇଯାଇଛି ।

କାଶୀନଗର ସହରର ମଦନ ମୋହନ ମନ୍ଦିର, ରାଧାକାନ୍ତ ମଠରେ ଶ୍ରୀ କୃଷ୍ଣ ଙ୍କ ଜନ୍ମ ଦିବସ ପାଳିତ ହେଉଛି, ଯାଦବ ସମାଜ ଓ ମଦନ ମୋହନ ମନ୍ଦିର ତରଫରୁ ଜନ୍ମାଷ୍ଟମୀ ପର୍ବ ପାଳିତ ହୋଇଛି । ସ୍ଥାନୀୟ ମଦନ ମୋହନ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ କୃଷ୍ଣ ବେଶ, ଶ୍ରୀକୃଷ୍ଣ ଙ୍କ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ମଦନ ମୋହନ ମନ୍ଦିରରେ ଆରତୀ ହେବା ପରେ ଅଧିବାସ ନିତୀ ସରିଛି, ପୁରୋହିତ ଶ୍ରୀ ଚିତ୍ତରଞ୍ଜନ ଆଚାର୍ଯ୍ୟ ପୂଜା, ନିତୀ କରିଥିଲେ, ଶ୍ରୀ ହୃଷିକେଶ ଗୌଡ଼, ଜଗଦୀଶ ପାତ୍ର, ମୋନଜ ଚୌଧୁରୀ, ହରିଅମ ଭାଇ, ଜ୍ଞାନେନ୍ଦ୍ର ମହାପାତ୍ର, ମଦନ ମୋହନ ପାତ୍ର, ବାଞ୍ଛାନିଧି ପାତ୍ର, ମଣ୍ଟୁ ପାତ୍ର ଯୋଗ ଦେଇ ଥିଲେ ।