ଦିଲାଗୁଡ଼ି ବିଦ୍ୟାଳୟ ପରିସରରେ ଗଞ୍ଜେଇ ଚାଷ ବିରୁଦ୍ଧରେ ପୋଲିସର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
331

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼
ରାୟଗଡା,(୦୫/୦୯) : ରାୟଗଡା ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ମୁନିଗୁଡା ଥାନା ତଥା ଡାଙ୍ଗସରଡ଼ା ଫାଣ୍ଡି ଅନ୍ତର୍ଗତ ଦିଲାଗୁଡ଼ି ବିଦ୍ୟାଳୟ ପରିସରରେ ଗଞ୍ଜେଇ ଚାଷ ବିରୁଦ୍ଧରେ ପୋଲିସର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ lWhatsApp Image 2021 09 05 at 10.23.00 AM ଦିଲାଗୁଡ଼ି ବିଦ୍ୟାଳୟ ପରିସରରେ ଗଞ୍ଜେଇ ଚାଷ ବିରୁଦ୍ଧରେ ପୋଲିସର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁନିଗୁଡା ଥାନା ଅଧିକାରୀ ସୁଜ୍ଞାନୀ ସାହୁଙ୍କ ନେତୃତ୍ୱରେ ଦିଲାଗୁଡ଼ି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁ ଓ ସମ୍ମାନିତ ଅତିଥିଭାବେ ଚନ୍ଦ୍ରପୁର ତହସିଲଦାର ଚିନ୍ମୟ ଦାସ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ |

ଗଞ୍ଜେଇ ଚାଷ ଓ ବ୍ୟବହାର ଦ୍ୱାରା ସମାଜରେ ଘଟୁଥିବା ଅପରାଧିକ ଘଟଣା ଓ ଏଭଳି ଅପରାଧ ପାଇଁ ନ୍ୟାୟିକ ବ୍ୟବସ୍ଥା ମାଧ୍ୟମରେ ଗଞ୍ଜେଇ ଚାଷୀଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ଓ ୧ଲକ୍ଷ ଟଙ୍କା ଜୋରିମାନା,ଗଞ୍ଜେଇ ମହଜୁଦ ରଖିବା,ଚାଲାଣ କରିବା କିମ୍ବା ଚାଲାଣରେ ସାହାଯ୍ୟ କରିବା ସାବ୍ୟସ୍ତ ହେଲେ ୨୦ବର୍ଷ ସଶ୍ରମ କାରାଦଣ୍ଡ ଓ ୨ଲକ୍ଷ ଟଙ୍କା ଜୋରିମାନା ଥିବା କହିବାସହ ଚାଷୀମାନଙ୍କୁ ଅର୍ଥକାରୀ ପରିବା ଚାଷ ପାଇଁ ଆଗ୍ରହ କରାଯିବା ସହ ସ୍ୱାଭିମାନର ସହ ବଞ୍ଚିବାକୁ ପରାମର୍ଶ ଦେବାସହ ଉପସ୍ଥିତ ଛାତ୍ରଛାତ୍ରୀ,ଚାଷି ଓ ଜନସାଧାରଣଙ୍କୁ ବୁଝାଇଥିଲେ lWhatsApp Image 2021 09 05 at 10.23.01 AM ଦିଲାଗୁଡ଼ି ବିଦ୍ୟାଳୟ ପରିସରରେ ଗଞ୍ଜେଇ ଚାଷ ବିରୁଦ୍ଧରେ ପୋଲିସର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଅନ୍ୟ ମାନଙ୍କ ମଧ୍ୟରେ କ୍ଷୁଦ୍ର ଜଳ ସେଚନର ଏସଡ଼ିଓ ମନୋରଞ୍ଜନ ହାଁସଦା,ମାତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ କାହ୍ନୁ ଚରଣ ମୁଖି,କୃଷି ବିଭାଗ ରଜନୀ ମିଶ୍ର,ଉଦ୍ୟାନ ବିଭାଗ ଅଶୋକ କୁମାର ସେଠୀ ଓ ଉଠା ଜଳ ସେଚନର ହିକକା ରଥ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନେ ଯୋଗଦେଇ ନିଜ ନିଜ ବିଭାଗ ଯୋଜନା ଉପରେ ଉପସ୍ଥିତ ଜନ ସାଧାରଣଙ୍କୁ ବୁଝାଇଥିଲେ l

ଏହି ଅବସରରେ ଉପସ୍ଥିତ ଚାଷୀମାନ ଓ ଜନ ସାଧାରଣଙ୍କୁ ଅର୍ଥକାରୀ ପରିବା ଚାଷ ସହ ବିଭିନ୍ନ ଯୋଜନା ଗୁଡିକୁ ଭିଡିଓ ଚିତ୍ର ମାଧ୍ୟମରେ ପ୍ରଦର୍ଶନୀ କରାଯାଇଥିଲା l ଶେଷରେ ସ୍ଥାନୀୟ ସରପଞ୍ଚ ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତ ପୋଲିସ ଅଧିକାରୀଙ୍କୁ ଓ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l