ଗଣମାଧ୍ୟମର କଣ୍ଠରୋଧ ବିରୁଦ୍ଧରେ ଆଦିବାସୀ ସଂଘର୍ଷ ମୋର୍ଚ୍ଚା ତରଫରୁ ପ୍ରତିବାଦ

0
96

ରିପୋର୍ଟ – ବିରଞ୍ଚି ପ୍ରସାଦ ଶତପଥୀ //
ଗୁଣୁପୁର ୧୯/୯): ଆଜି ଆଦିବାସୀ ସଂଘର୍ଷ ମୋର୍ଚ୍ଚା (ASM) ତରଫରୁ ଗଣମାଧ୍ୟମର କଣ୍ଠରୋଧ ବିରୁଦ୍ଧରେ ଗୁଣପୁର ନାଗଭୂଷଣ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ନିକଟ ରେ ଏକ ପ୍ରତିବାଦ କରାଯାଉଛି।152c0972-35c2-4be0-b7cf-45ceec3f82ab

ଗଣତନ୍ତ୍ରର ସଫଳତା ବା ବିଫଳତା ଗଣମାଧ୍ୟମର ଲୋକପକ୍ଷ ତଥା ଦାୟିତ୍ୱପୂର୍ଣ୍ଣ ଭୂମିକା ଉପରେ ନିର୍ଭର କରେ । ଗଣମାଧ୍ୟମର କଣ୍ଠରୋଧ ଗଣତନ୍ତ୍ରକୁ ଦୁର୍ବଳ କରିଥାଏ । ୨୦୧୪ ମସିହାରୁ କେନ୍ଦ୍ରରେ ମୋଦୀ ସରକାରଙ୍କ ଶାସନ ପରଠାରୁ ଯେତେବେଳେ କଲମ ଏବଂ ଶବ୍ଦଗୁଡ଼ିକ ଲୋକମାନଙ୍କର ସ୍ୱର ହୋଇ ସରକାରର ବିଫଳତାକୁ ଲୋକଙ୍କ ସାମ୍ନାକୁ ଆଣୁଛନ୍ତି ସେତେବେଳେ ଆଜି ଦିଲ୍ଲୀ ଓ ଭୁବନେଶ୍ୱରରେ ବସିଥିବା ସରକାର ଗଣମାଧ୍ୟମର ସ୍ୱାଧୀନତା ଉପରେ ଲଗାତାର ଆକ୍ରମଣ କରିଚାଲିଛନ୍ତି । ନିକଟ ଅତୀତରେ ଆଇଟି, ଇଡି, ସିବିଆଇ ଭଳି କେନ୍ଦ୍ରୀୟ ସଂସ୍ଥାକୁ ଆୟୁଧ କରି ମୋଦୀ ସରକାର ବିବିସି ଭଳି ଅନେକ ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥା ଉପରେ ରେଡ଼ କରାଇବା, ଆଦାନୀ ମାଧ୍ୟମରେ ଛଳନା କରି ଏନଡିଟିଭିକୁ ନିଜ ନିୟନ୍ତ୍ରଣକୁ ନେବା ଭଳି ଅନେକ ଘଟଣା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିବା ବେଳେ ବର୍ତ୍ତମାନ ଆମ ଓଡିଶାରେ ବିଜେଡି ସରକାର ସମ୍ବାଦ କାର୍ଯ୍ୟାଳୟରେ ଇଓବ୍ଲ୍ୟୁ ମାଧ୍ୟମରେ ରେଡ଼ କରି ଗଣମାଧ୍ୟମର କଣ୍ଠରୋଧ କରିଛି ।

ଗତ କାଲି ଭୁବନେଶ୍ବର ସମ୍ବାଦ କାର୍ଯ୍ୟାଳୟରେ ଇଓବ୍ଲ୍ୟୁ ରେଡ଼କୁ ଓ ବିଜେପି ବିଜେଡି ସରକାର ର ଗଣମାଧ୍ୟମ ଉପରେ କଣ୍ଠରୋଧକୁ ଆଦିବାସୀ ସଂଘର୍ଷ ମୋର୍ଚ୍ଚା (ASM) କେଦ୍ରୀୟ କମିଟି ସଭ୍ୟ ତ୍ରିପତି ଗମାଙ୍ଗ ତିବ୍ର ସମାଲୋଚନା କରିଛନ୍ତି । ଆଜିର ଏହି ପ୍ରତିବାଦ ସଭାରେ ରାଇନା ଶବର , ଗାଗାନା ଶବର , ସଂଜୀବ ଶବର , ରାଜେନ୍ଦ୍ର ଶବର , ମୋଜେସ ଶବର , ବୃନ୍ଦାବନ ବିଡିକା , କରୁଣା କର ଲିମା ପ୍ରମୁଖ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ ।