ଅନାଥ ଶିଶୁଙ୍କ ଥଇଥାନ ପାଇଁ ଜିଲ୍ଳା ଆଇନସେବା ପ୍ରାଧିକରଣଙ୍କ ପଦକ୍ଷେପ

0
49
ଅନାଥ ଶିଶୁଙ୍କ ଥଇଥାନ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୨/୧୦) : ପିତାମାତାଙ୍କୁ ହରାଇ ଦୀର୍ଘ ଦିନ ଧରି ଅସହାୟ ଅବସ୍ଥାରେ ରହୁଥିବା ଜଣେ ଶିଶୁ ର ସାନବାପା ତା ୦୫.୦୯.୨୦୨୩ ରିଖ ଦିନ ଜିଲ୍ଲା ଆଇନସେବା ପ୍ରାଧିକରଣ ନିକଟରେ ଆସି ସେ ଶିଶୁର ଥଇଥାନ ନିମନ୍ତେ ଉପସ୍ଥିତ ହୋଇଥିଲେ l

ତଥ୍ୟ ଅନୁଯାୟୀ, କୁମ୍ଭିକୋଟା ଗ୍ରାମର ବାଦଲ କୁଲେସିକାର ବାପା ଓ ମାଙ୍କର ମୃତ୍ୟପରେ ସାନବାପାଙ୍କ ପାଖରେ ରହୁଥିଲେ l ତାଙ୍କ ସାନବାପା ଜଣେ ମଧ୍ୟବିତ୍ତ ଶ୍ରେଣୀରେ ବସବାସ କରୁଥିବାରୁ ସେ ଛୁଆର ଭରଣପୋଷଣ କରିବାରେ ଅସୁବିଧାର ସମ୍ମୁଖିନ ହୋଉଥିଲେ l ତେଣୁ ତା ସାନବାପା ଅସହାୟ ଅବସ୍ଥାରେ ମଙ୍ଗଳବାର ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବଙ୍କୁ ଏକ ଦରଖାସ୍ତ ଆକାରରେ ପିଲାର ଥଇଥାନ ନିମନ୍ତେ ଅନୁରୋଧ କରିଥିଲେ l ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କ ସଚିବ ଶ୍ରୀମତି ନିବେଦିତା ପଣ୍ଡା ଏକ ଚିଠି ମାଧ୍ୟମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଜଣାଇଥିଲେ l ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କ ମାଧ୍ୟମରେ ଶିଶୁ ମଙ୍ଗଳ କମିଟିଙ୍କ ନିକଟରେ ଏହି ଶିଶୁର ପୁନଃ ଥଇଥାନ ତଥା ସୁରକ୍ଷା ନିମନ୍ତେ ହାଜର କରାଯାଇଥିଲା l ତା ୦୩.୧୦.୨୦୨୩ ଜିଲ୍ଲା ଶିଶୁ ମଙ୍ଗଳ କମିଟିଙ୍କ ଆଦେଶ କ୍ରମେ ସେହି ଶିଶୁଟିକୁ ସି.ସି.ଆଇ ବାଲନିକେତନ, ଲିମାବେଡା ଠାରେ ଥଇଥାନ କରାଯାଇଥିଲା l