ନୂତନ ଅଙ୍ଗନବାଡି କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ : ସ୍ଥାନୀୟ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ

0
348

ରିପୋର୍ଟ : ଏନ.ସନ୍ତୋଷ କୁମାର
ବୈପାରୀଗୁଡା,(୦୭/୦୯) : ଆଜି ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଚିପାକୁର ପଞ୍ଚାୟତ ର ଝୋଡ଼ିଗୁଡା ଗ୍ରାମବାସୀ ନୂତନ ଅଙ୍ଗନବାଡି କର୍ମୀ ନିଯୁକ୍ତି କୁ ନେଇ ପଞ୍ଚାୟତ ସମିତି କାର୍ଯାଳୟ ଠାରେ ବିଡ଼ିଓ ଏବଂ ସ୍ଥାନୀୟ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ ଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି l

ଝୋଡ଼ିଗୁଡା ଗ୍ରାମବାସୀ ଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଗ୍ରାମରେ ଶିକ୍ଷିତ ଏବଂ ଯୋଗ୍ୟ ଆବେଦନ କାରିଣୀ ବୋହୁ ଥିବା ସତ୍ତ୍ୱେ ଅନ୍ୟ ଗାଁ ସୁନ୍ଦରଯୋଡି ର ଅବିବାହିତା ଝିଅ ଙ୍କୁ ଝୋଡ଼ିଗୁଡା ପଞ୍ଚାୟତ ସମିତି କାର୍ଯାଳୟ ଠାରେ ନୂତନ ଅଙ୍ଗନବାଡି କର୍ମୀ ଭାବେ ନିଯୁକ୍ତି ଦିଆଯାଇଛି l ହେଲେ ଏହାକୁ ପ୍ରତିବାଦ କରିଛନ୍ତି ଗ୍ରାମବାସୀ l ସମସ୍ୟା ର ସମାଧାନ ନ ହେଲେ ଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହେବା ସହ ଆନ୍ଦୋଳନ କରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ଝୋଡ଼ିଗୁଡା ଗାଁ ଲୋକେ l