ସ୍ବାମୀ ଆଗରେ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ

0
43
ସ୍ବାମୀ ଆଗରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୨୫/୧୦) : ସ୍ବାମୀ ଆଗରେ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ । ଏପରି ଅଭାବନୀୟ ଘଟଣା ଘଟିଛି ଭୁବନ ଥାନା ଅଞ୍ଚଳରେ ।

ଗତ ୨୧ ତରିଖ ସନ୍ଧ୍ୟାରେ ସ୍ବାମଙ୍କ ସହିତ ଏକ ମୋଟରସାଇକେଲ ଯୋଗେ ଘରକୁ ଫେରୁଥିଲେ ପୀଡ଼ିତା । ଠିକ ଏହି ସମୟରେ ପାଞ୍ଚ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ସେମାନଙ୍କଠାରୁ ଟଙ୍କା ଓ ମୋବାଇଲ ଛଡାଇ ନେଇଥିଲେ । ପରେ ସ୍ବାମୀଙ୍କୁ ମାଡମାରିବା ସହ ଜଣକ ପରେ ଜଣେ ତାଙ୍କ ସ୍ତ୍ରୀଙ୍କ ସହ ଦୁଷ୍କର୍ମ କରିଥିଲେ । ତେବେ ଏ ସମ୍ପର୍କରେ ପୀଡିତା ଓ ତାଙ୍କ ସ୍ବାମୀ ଭୁବନ ଥାନାରେ ଅଭିଯୋଗ କରିଥିଲେ । ଘଟଣାକୁ କାମାକ୍ଷାନଗର ଏସଡିପିଓ ନିଜେ ତଦନ୍ତ କରିବା ସହିତ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛନ୍ତି ।