ପାଣିରେ ପଡି ଜଣେ ପୂଜକ ମୃତ୍ୟୁ

0
35
ପାଣିରେ ପଡି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୨୫/୧୦) : ପାଣିରେ ପଡି ଜଣେ ପୂଜକଙ୍କ ମୃତ୍ୟୁ । ଏଭଳି ଅଘଟଣ ଘଟିଛି ବାସୁଦେବପୁର ବ୍ଲକର ଗୋବିନ୍ଦବିନ୍ଧାଠାରେ ।

ମୃତକ ହେଉଛନ୍ତି ଆରୁହା ପଞ୍ଚାୟତର ଭାଗପୁର ଅଞ୍ଚଳର ଶ୍ରୀପତି ପଣ୍ଡାଙ୍କ ପୁଅ ଜୀବନ ବନ୍ଧୁ ପଣ୍ଡା । ସେ ପୂଜାର୍ଚ୍ଚନା କରି ପରିବାର ପ୍ରତିପୋଷଣ କରିଥାନ୍ତି । ଦୁର୍ଗା ପୂଜା ପାଇଁ ଘରୁ ବାହାରିକି ଯାଇଥିଲେ । ହେଲେ ଗୋବିନ୍ଦବିନ୍ଧା ଠାରେ ଏକ ପୋଖରୀରେ ପଡିଥିବା କିଛି ସ୍ଥାନୀୟ ଲୋକ ଦେଖି ବାସୁଦେବପୁର ଅଗ୍ନିଶମ ବହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।