ମା ଦୂର୍ଗାଙ୍କ ଭସାଣି ଉତ୍ସବରେ ସାମିଲ ହେଲେ ବ୍ରାହ୍ମଣ ସାହି ଏବଂ ଶତାଧିକ ମହିଳା

0
56
ମା ଦୂର୍ଗାଙ୍କ ଭସାଣି

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୯/୧୦) : ସମସ୍ତେ ନାଲି ରଙ୍ଗର ଶାଡି ପରିଧାନ କରି ମା ଦୁର୍ଗାଙ୍କ ମେଲାଣି ରେ ସାମିଲ ହୋଇ ପରଷ୍ପର ମଧ୍ୟରେ ସିନ୍ଦୂର ଆଣି ଜଣେ ଆଉ ଜଣଙ୍କ ମଥାରେ ଲଗାଇ ଥିଲେ ।WhatsApp Image 2023-10-28 at 17.29.09

ମା ଦୂର୍ଗାଙ୍କ ଭସାଣି ଉତ୍ସବରେ ସାମିଲ ହେଲେ ବ୍ରାହ୍ମଣ ସାହି ଏବଂ ଶତାଧିକ ମହିଳା । ସେହି ସିନ୍ଦୂର ଲଗାଇବା ପ୍ରାର୍ଥନା ରେ ଥିଲା ନିଜ ସୁହାଗ ସିନ୍ଦୂର ଦୀର୍ଘାୟୁ ହୁଅନ୍ତୁ, ଜଗତର ମଙ୍ଗଳ ହେଉ । ସ୍ଥାନୀୟ ଲୋକ ଖୁସୀରେ ଓ ନିରୋଗ ରୁହନ୍ତୁ। ପରଷ୍ପର ମଧ୍ୟରେ ଆତ୍ମୀୟତା ଓ ଆନ୍ତରିକତାର ଅଭାବ ନ ହେଉ । ଭାଇଚାରା ବଜାୟ ରହୁ । ଭସାଣି ଉତ୍ସବ ରେ ଝିଅ ଏବଂ ମହିଳା ମାନଙ୍କ ଉପସ୍ଥିତି ମା ଦୁର୍ଗାଙ୍କ ମେଲାଣିରେ ଦଶ ଗୁଣ ଉତ୍ସାହ ଭରି ଦେଇଥିଲା । ନାନା ପ୍ରକାର ଆତାସ ବାଜି ସହ ଢୋଲ ନିଶାନ ର ଶବ୍ଦ ରେ ପ୍ରକମ୍ପିତ ହେଉଥିଲା । ବାଜାର ତାଳେ ତାଳେ ଝୁମି ଉଠିଥିଲେ ସମସ୍ତେ ।

ମା ଦୁର୍ଗା ଙ୍କ ପୂଜା ମେଢ଼ ବ୍ରାହ୍ମଣ ସାହି ରୁ ବାହାରି ମେନ୍ ରୋଡ, ମାର୍କେଟ, ନୁଆ ବସ୍ ଷ୍ଟାଣ୍ଡ ଦେଇ, ରାମା ଟକିଜ୍, ପାଇକ ସାହି, ଗୌଡ଼ ସାହି ଦେଇ ପରିକ୍ରମା କରିଥିଲା । ଶେଷରେ ମା ଦୁର୍ଗାଙ୍କ ମୂର୍ତ୍ତି କୁ ପି.ଏଚ.ଡି ସ୍ଥିତ ଝଞ୍ଜାବତି ନଦୀରେ ବିସର୍ଜନ କରାଯାଇଥିଲା । ଏହି ପରିପେକ୍ଷୀରେ ସମସ୍ତ ନାରୀ ଶକ୍ତି ସ୍ୱରୂପିଣୀ ଦୂର୍ଗା ଙ୍କ ହିଁ ସ୍ଵରୁପ । ନାରୀ ହେଉଚି ଶକ୍ତି, ନାରୀ ହେଉଛି ଜଗତ ଜନନୀ। ଏହିଭଳି କହିଛନ୍ତି ଶକ୍ତି ବାହୀନି ବ୍ରାହ୍ମଣ ମହିଳା ସମାଜର ସଭାପତି ଶ୍ରୀମତି ସୁଭ୍ରା ପଣ୍ଡା। ଚଳିତ ବର୍ଷ ଶକ୍ତି ବାହୀନି ର ସମସ୍ତ ସଦସ୍ୟା ଙ୍କ ସହ ମିଶି ମା ଦୁର୍ଗାଙ୍କ ମେଲାଣିରେ ସାମିଲ ହୋଇଥିଲେ ଶ୍ରୀମତି ପଣ୍ଡା ।

ଶ୍ରୀମତୀ ପଣ୍ଡା ଜଣେ ଆଇନଜିବୀ ସହ ପୌରାଧ୍ୟକ୍ଷା ଥିବା ହେତୁ ନିଜ ଅଞ୍ଚଳର ବିକାସ ଏବଂ ସମଗ୍ର ଅଞ୍ଚଳ ବାସୀଙ୍କ ମଙ୍ଗଳ କାମନା କରିବା ସହ ନାରୀଙ୍କୁ ଉଚିତ୍ ନ୍ୟାୟ ମିଳୁ । ନାରୀ ଚାହିଁଲେ ଶାସ୍ତ୍ର ଧରି ଭବିଷ୍ୟତ ଗଢ଼ିବାରେ ସହାୟକ ହୋଇଥାଏ ଏବଂ ବିପଦ ସମୟରେ ଶସ୍ତ୍ର ଧରି ମହିସାସୁର ଭଳି ରାକ୍ଷସ ରୁପି ବିପଦକୁ ମଧ୍ଯ ବୋଧ କରିଥାଏ ବୋଲି କହିଛନ୍ତି । ନାରି ହସିଲେ ଦୁନିଆ ହସେ, ନାରୀ କାନ୍ଦିଲେ ଦୁନିଆ କାନ୍ଦେ । ନାରୀଙ୍କୁ ଉଚିତ୍ ସମ୍ମାନ ଓ ନାରୀଙ୍କ କର୍ତ୍ତବ୍ୟ ପାଳନ କଣ ଏହି ଜ୍ଞାନ ଦେଇଥାଏ ଆମକୁ ଦଶହରା ପର୍ବ ବୋଲି କହିଛନ୍ତି ।

ଉକ୍ତ ମେଲାଣି ଉତ୍ସବରେ ଶାନ୍ତି ଶୃଙ୍ଖଳା ବ୍ୟବସ୍ଥା କୁ ଦୃଷ୍ଟିରେ ଜିଲ୍ଳା ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଦୁର୍ଗା ପୂଜା କମିଟି ସଭାପତି ବାପି ତ୍ରିପାଠୀ କମିଟି ର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ୍ ଜଣାଇବା ସହ ଏହିପରି ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସହୋଜଗ କାମନା କରିବା ସହ ଭାଇଚାରା ସମ୍ପର୍କ ବଜାୟ ରହୁ । ସମସ୍ତଙ୍କ ର ମଙ୍ଗଳ ହେଉ । ବିପଦ ଆପଦ ସମୟରେ ମହିସାସୁର ରୂପକ ବିପଦ ଆମ ଠାରୁ ଦୂରେଇ ରହୁ । ଚଳିତ ବର୍ଷ ଶାନ୍ତି ଶୃଙ୍ଖଳା ର ସହିତ ପୂଜା ବିଧି ସମ୍ପର୍ଣ୍ଣ ହୋଇଥିବା ହେତୁ ମା ଦୁର୍ଗା ଙ୍କ ଚରଣ ରେ କୋଟି କୋଟି ପ୍ରଣାମ ଜଣାଇଛନ୍ତି ।