ମେଗା ଲିଫ୍ଟ ପ୍ରକଳ୍ପ କୁ ତନଖି କଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ

0
59
ମେଗା ଲିଫ୍ଟ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୩୦/୧୦) : କାଶୀନଗର ବ୍ଲକରେ କାର୍ଯ୍ୟରତ ୩ଟି ମେଗା ଲିଫ୍ଟ ରୁ ବଥବା ପ୍ରକଳ୍ପ ଚାଲୁ ନ ଥିବା ଅଭିଯୋଗ ହୋଇଛି ।

ମେଗା ଲିଫ୍ଟ ପ୍ରକଳ୍ପ କୁ ତନଖି କଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ । ବର୍ତମାନ ମୌସୁମୀ ଚାଲି ଯାଇଛି, ଧାନରେ କେଣ୍ଡା ଧରିବା ସମୟରେ ମେଗା ଲିଫ୍ଟ ଖରାପ ହୋଇ ପଡିବାରୁ ଚାଷୀ ହନ୍ତ ସନ୍ତ ହେଉଥିବା ନେଇ ଜଣା ପଡିବା ପରେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ତିରୁପତି ରାଓ ଉକ୍ତ ବଥବା ଲିଫ୍ଟ ରେ ପହଞ୍ଚି ତଦନ୍ତ କରିଥିଲେ । ସାଇଟ ଇନ ଚାର୍ଜ ଙ୍କୁ ପଚାରିବାରେ ପାଣି ପାଉ ନ ଥିବା କହିଛନ୍ତି । କିନ୍ତୁ ଶ୍ରୀ ରାଓ ପାଖରେ ରହି ୩ଟି ମୋଟର ମଧ୍ୟରୁ ଗୋଟିଏ ଖରାପ ଥିବା ଜାଣି ତୁରନ୍ତ ଏହି ମୋଟର ମରାମତି କରି ପାଣି ଛାଡିବାକୁ ନିଁର୍ଧେଶ ଦେଇଥିଲେ । ଆଜି ନିର୍ବାହୀ ଯନ୍ତ୍ରୀ ବଥବା ପହଁଚିବେ ବୋଲି ଶ୍ରୀ ରାଓ କହିଛନ୍ତି ।