ପୋତି ହେଲାଣି ଡ୍ରେନ ଦୃଗନ୍ଧରେ ଫାଟୁଛି ଗାଁ : ଡେଙ୍ଗୁର ଆତଙ୍କ

0
283

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର,ତା-(୮/୯) : ରାୟଗଡା ଜିଲା କଲ୍ୟଣସିଂହପୁର ବ୍ଲକ ସଦର ମହକୁମାରେ ଥିବା ପ୍ରତ୍ୟକ ସାହିରେ ପୋତି ହେଲାଣି ଡ୍ରେନ ।aa5554b7 10a7 4360 8dbf fc65f277e67f ପୋତି ହେଲାଣି ଡ୍ରେନ ଦୃଗନ୍ଧରେ ଫାଟୁଛି ଗାଁ : ଡେଙ୍ଗୁର ଆତଙ୍କ

କେନ୍ଦ୍ର ସରକାର ବିଭିନ୍ନ ସମୟରେ ସ୍ବଛତାକୁ ଗରୁତ୍ତର ଦେଇ ସ୍ବଛ ଭାରତ ଅଭିଯାନ କରି କୋଟିକୋଟି ଟଙ୍କା ଖର୍ଚ୍ଚ କରି ଆସୁଥିବାବେଳ ସ୍ଥାନୀୟ ପ୍ରଶାସନ ର ଅବହେଳା ଓ ସ୍ବଛତାକୁ ଅଣଦେଖା କରୁଥିବାରୁ କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା ର ଗୌଜସାହି, ସାନବ୍ରାହ୍ମଣ ସାହି,ବଡବ୍ରାହ୍ମଣ ସାହି,ଧୋବା ସାହି,କାମ୍ପସାହି ଓ ମୁଖ୍ଯ ବଜାରରେ ପୋତି ହେଲାଣି ଡ୍ରେନ ଆବର୍ଜନା ରେ ପୋତି ଦୃଗନ୍ଧ ହେବାସହ ମଶା,ମାଛିଙ୍କ ସଂଖ୍ଯା ବଢ଼ିବାରେ ଲାଗିଛି ।ବହୁ ବର୍ଷ ଧରି ଡ୍ରେନ ଗୁଡିକ ପୋତି ହୋଇ ରହିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଓ ପଞ୍ଚାୟତ କାର୍ଯ୍ୟାଳୟ ଅଧିକାରଟିକୁ ବାରମ୍ବାର ସ୍ଥାନୀୟ ଲୋକ ଅଭିେଯାଗ କରିଆସୁଥିଲେ ମଧ୍ଯ ପ୍ରଶାସନ ନିଦାବିଷ୍ଣୁ ସାଜିଛି ।35540003 a3ec 43a0 bbfb 129aac926c56 ପୋତି ହେଲାଣି ଡ୍ରେନ ଦୃଗନ୍ଧରେ ଫାଟୁଛି ଗାଁ : ଡେଙ୍ଗୁର ଆତଙ୍କ

ଡ୍ରେନ ଗୁଡିକ ଆବର୍ଜନା ରେ ପୋତି ହୋଇଥିବାରୁ ମଶାଙ୍କ ଉତ୍ପାତ ବଡିବା ସହ ଅନେକ ଲୋକ ମେଲେରିଆ ଆକ୍ରାନ୍ତ ହେଉଥିବା ବେଳେ କିଛି ଦିନ ତଳେ ସଦର ମହକୁମାର ଜଣେ ମାରାତ୍ମକ ଡେଗୁଁ ରୋଗର ଶିକାର ହୋଇ ବ୍ରମପୁର ମେଡିକାଲରେ ଚିକିତ୍ସିତ ହେଉଥିବା ଖବର ମିଳିଛି ।ପଞ୍ଚାୟତ କି ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ମଧ୍ଯ କେବେବି ବ୍ଲିଚିଙ୍ଗ ବା ଡିଡିଟି ସିଞ୍ଚନ କାରାଯାଉନି | ଯାହାଫଳରେ ଡାଇରିଆରେ ମଧ୍ଯ ଆକ୍ରାନ୍ତ ହେବାର ସମ୍ବାବନା ରହିଛି ।71cdbcec 28bf 438e be12 d18ae8747475 ପୋତି ହେଲାଣି ଡ୍ରେନ ଦୃଗନ୍ଧରେ ଫାଟୁଛି ଗାଁ : ଡେଙ୍ଗୁର ଆତଙ୍କ

ମୂଖ୍ଯ ବଜାରର କଥା ନ କହିବା ଭଲ କାରଣ ଉଭୟ ପାର୍ଶ୍ୱର ଡ୍ରେନ ଗୁଡିକ ପୋତି ହୋଇଥିବା ବେଳେ ପ୍ରତ୍ୟକ ଘର ଓ ସିଆରପିଏଫ ମାନେ ବ୍ୟବହୃତ କରୁଥିବା ଅପରିସ୍କାର ପାଣି ଦିନ ତମାମ କୁର୍ତ୍ତ୍ରିମ ନାଳ ହୋଇ ରାସ୍ତାରେ ଚାଲୁଛି ।ଏହି ରାସ୍ତାରେ ଯାନବାହନ ଚଳାଚଳ ହେଉଥିବା ବେଳେ ଯାତାୟାତ ଲୋକଙ୍କ ଉପରେ ସେହି ଅପରିସ୍କାର ଛିଟିକି ପଡୁଛି । ଅନେକ ମହିଳା,ପୁରୁଷ ମାନେ ମନ୍ଦିରକୁ ଜିବାକୁ ହେଲେ ଏହି ം ମେଲେରିଆ ସହ ମାରାତ୍ମକ ଡେଙ୍ଗୁ ଭଳି ବିଭିନ୍ନ ରୋଗର ସିକାର ହୋଇ ପୁକମାଛି ଭଳି ମୃତ୍ଯୁବରଣ କରିବେ ତାହା ଏଡାଇ ହବନାହିଁ ।

ଡ୍ରେନଜ ସମସ୍ଯା କୁ ନେଇ ସ୍ଥାନୀୟ ବିଡିଓ ସୁଧାକର ରଇତଙ୍କୁ ଯୋଗାଜଗ କରି ପଚାରିବାରୁ ସେ କହିଲେ ଡ୍ରେନ ସଫା କରିବାପାଇଁ କୌଣସି ଫଣ୍ଡ ନାହିଁ ତଥାପି ପଞ୍ଚାୟତର ପିଓ ସହ ଆଲୋଚନା କରି କେମିତି ସଫା କରାଜିବ ତାହାର ବ୍ୟବସ୍ଥା କରାଜିବ ବଲି ପ୍ରତିଶୃତି ଦେଇଛନ୍ତି ।