ବିନିକା ବ୍ଲକର ୪୫୧ ଜଣ ନିର୍ମାଣ ଶ୍ରମିକଙ୍କୁ ୨,୬୩,୬୩,୪୦୦ ଟଙ୍କାର ସହାୟତା ରାଶି ବଣ୍ଟନ

0
52
ବିନିକା ବ୍ଲକର ୪୫୧

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୩୦/୧୦) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକର ଆର ଏମ ସି ମାର୍କେଟ ୟାର୍ଡ଼ ଠାରେ ସୁବର୍ଣ୍ଣପୁର ଜିଲ୍ଲା ଶ୍ରମ ବିଭାଗ ତରଫରୁ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି lWhatsApp Image 2023-10-31 at 10.17.45

ଶ୍ରମ ଆଯୁକ୍ତ ତଥା ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାଖାଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ, ବିନିକା ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୀପ୍ତିରେଖା ନନ୍ଦ, ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷ ସୁବାଷ ଚନ୍ଦ୍ର ଭୋଇ ପ୍ରମୁଖ ଯୋଗଦେଇ ନିର୍ମାଣ ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ରାଶି ବଣ୍ଟନ କରିବା ସହିତ ଶ୍ରମିକ ମାନେ ହେଉଛନ୍ତି ଦେଶର ମେରୁଦଣ୍ଡ ଓ ଦେଶର ନିର୍ମାଣ ରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ l ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବିଧାୟକ ଶ୍ରୀ ବେହେରା ନିଜ ଅଭିଭାଷଣରେ କହିଥିଲେ ସେ ବି ଆଗରୁ ନିର୍ମାଣ ଶ୍ରମିକ ଭାବରେ କାମ କରିଛନ୍ତି ଓ ସେମାନଙ୍କ ବିଷୟରେ ମୁଁ ପୂର୍ବରୁ ଭଲ ଭାବରେ ଅବଗତ l

ଏଣୁ ସମସ୍ତେ ନିଜ ନିଜ ନାମ ପଞ୍ଜିକରଣ କରାଇ ସରକାରଙ୍କ ସବୁ ଯୋଜନାର ଲାଭ ନେବାକୁ ଲୋକଙ୍କୁ ପରାମର୍ଶ ଦେଇଥିଲେ l ଏହି ସଭା ଶେଷରେ ନିର୍ମାଣ ଶ୍ରମିକ ମାନଙ୍କ ମଧ୍ୟରୁ ୧୭ ଜଣଙ୍କୁ ଡେମୋ ଚେକ ପ୍ରଦାନ କରାଯାଇଥିଲା ଓ ବାକି ଅନ୍ୟ ହିତାଧିକାରୀ ମାନଙ୍କ ଆକାଉଣ୍ଟକୁ ସହାୟତା ରାଶି ଜମା କରାଯିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଖାଖା ସୂଚନା ଦେଇଥିଲେ l ଏହି ସଭାକୁ ପରିଚାଳନା କରିଥିଲେ ବାଙ୍କ ବିହାରୀ ମହଲା ଓ ସେଥିରେ ତାଙ୍କୁ ସହଯୋଗ କରିଥିଲେ କୁମାରୀ ପ୍ରିୟଦର୍ଶିନୀ ପଧାନ, ନାରାୟଣ ବିଶି l ଶେଷରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଖାଖା ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ l