ବାଇକ୍‌ରେ ଆସିଲେ; ଗୁଳିମାରି ଚମ୍ପଟ ମାରିଲେ

0
44
ବାଇକ୍‌ରେ ଆସିଲେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ, (୦୪/୧୧) : ରାଉରକେଲା ବିଶ୍ରା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି । ଆହତ ଯୁବକଙ୍କୁ ରାଉରକେଲା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଯୁବକଙ୍କ ପେଟରେ ଗୁଳି ବାଜିଛି । ତାଙ୍କ ପରିଚୟ ମିଳିନାହିଁ । ଆଜି ସକାଳେ ଯୁବକ ଜଣଙ୍କ କୌଣସି କାମରେ ବଜାରକୁ ଆସିଥିଲେ । ଏହି ସମୟରେ କିଛି ମୁଖାପିନ୍ଧା ଦୁ‍ର୍ବୃତ୍ତ ବାଇକରେ ଆସି ତାଙ୍କୁ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକ ଯୁବକଙ୍କୁ ରକ୍ତ ଜଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ବିଶ୍ରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଯୁବକଙ୍କର ପ୍ରାଥମିକ ଚିକିତ୍ସା କରାଯିବା ପରେ ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । କେଉଁ କାରଣ ପାଇଁ ଯୁବକଙ୍କୁ ଗୁଳିମାଡ଼ ହୋଇଛି ତାର କାରଣ ଜଣାପଡ଼ି ନାହିଁ । ପୂର୍ବ ଶତ୍ରୁତା ପାଇଁ ଗଳିମାଡ଼ ହୋଇଛି ନା ଆଉ କିଛି କାରଣ ଅଛି ତାହା ଜଣାପଡ଼ିନାହିଁ । ପୁଲିସ ଘଟଣାର ତଦନ୍ତ କରୁଛି ।