“ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ” ଶୁଭାରମ୍ଭ କଲେ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ଶାରକା

0
55

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୧୭/୧୧) : ଆଦିବାସୀ ସମ୍ପ୍ରଦାୟର ଅର୍ଥନୈତିକ ସଶକ୍ତିକରଣ ପ୍ରତି ଦୃଷ୍ଟି ଦେଇ ‘ଲାଇଭଲିହୁଡ କ୍ଲଷ୍ଟର ଡେଭେଲପମେଣ୍ଟ’ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ “ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ” ଯୋଜନା ଆରମ୍ଭ କରିଛନ୍ତି ।Whatsapp Image 2023 11 18 At 12.09.56

ଏହି ଅବସରରେ ଆଜି ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜାତି ଜନଜାତି, ସଂଖ୍ୟା ଲଘୁ ଏବଂ ପଛୁଆ ବର୍ଗ ବିକାଶ ତଥା ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ଶାରକା ଆଜି ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ସରକାର ଙ୍କ ଅନୁସୂଚିତ ଜାତି ଜନଜାତି ବିଭାଗ ର ପ୍ରତକ୍ଷ ତତ୍ୱାବଧାନ ରେ କାର୍ଯ୍ୟକ୍ରମ ଟି କୁ ସମ୍ୱନ୍ୱିତ ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜନ କରାଯାଇଥିବା ଜଣାପଡିଛି । ଏହି ଲୋକାଭିମୁଖୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ଶାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ଶ୍ରୀ ସୁଧୀର ଦାସ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିବା ସୂଚନା ରହିଛି ।

ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ସାହାଡ଼ା ପଞ୍ଚାୟତ ଠାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଶାରକା ଉପସ୍ଥିତ ସାଧାରଣ ଜନତା ତଥା ହିତାଧିକାରୀଙ୍କୁ ଏହି ଯୋଜନା ସମ୍ପର୍କ ରେ ସଚେତନ କରିଥିଲେ । କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ର କୃଷକ ମାନଙ୍କୁ ଗୁଣାତ୍ମକ, ବିହନ, ମଞ୍ଜି, ବୃକ୍ଷ ରୋପଣ ସହ ଜୈବିକ ପଦ୍ଧତି ରେ ଉଦ୍ଭିଦ ସୁରକ୍ଷା ସାମଗ୍ରୀ ଭଳି ଗୁରୁତ୍ୱପୂର୍ଣ ସାମଗ୍ରୀ ଯୋଗେଇଦେବା ଯାହା ମଧ୍ୟମ ରେ କୃଷକ ମାନଙ୍କୁ ଜୀବନ ଜୀବିକା ଯୋଗେଇଦେବା ଦିଗରେ ଉତ୍ସାହିତ କରିବା । ଯୋଜନା ମାଧ୍ୟମରେ ପ୍ରତ୍ୟେକ ହିତାଧିକାରୀ ଉଦ୍ୟାନ କୃଷି, ପନିପରିବା ଫସଲ ପାଇଁ ୦.୫ ଏକର ପର୍ଯ୍ୟନ୍ତ ର ସହାୟତା ପାଇବେ । ତେଲ, ଡାଲି ଏବଂ ଶସ୍ୟ ପରି କ୍ଷେତ୍ର ଫସଲ ପାଇଁ ସପୋର୍ଟ ୟୁନିଟ୍ ୧ ଏକରରେ ସୀମିତ ପାଇଁ ଏହି ଯୋଜନା ମାଧ୍ୟମରେ ଲକ୍ଷ୍ୟ ରଖାଯାଇଥିବା ଜଣାପଡିଛି ।

ଏହି ଅବସରରେ ଆଜି ଶ୍ରୀ ଶାରକା ସାହାଡ଼ା ଗ୍ରାମପଞ୍ଚାୟତ ର ୬୦, ଲଟା ଗୁଡା ର ୪୨, ଦଣ୍ଡପଡାର ୪୮ ଜଣ ହିତାଧିକାରୀଙ୍କୁ ରବି ଋତୁ ପାଇଁ ବାୟୋ କୀଟନାଶକ, ଜୈବିକ ଖତ, ଫୁଲ କୋବି, ଟମାଟୋ ବିହନ, ମାଇକ୍ରୋ ପୋଷକ ତତ୍ୱ ଆଦି ବଣ୍ଟନ କରିବା ସହ ସେମାନଙ୍କୁ ଏହି ଯୋଜନା ବିଷୟରେ ସଚେତନ ମଧ୍ୟ କରାଯାଇଥିବା ସୂଚନା ରହିଛି । ଏହି ଅବସରରେ ଆଇଟିଡିଏ ଗୁଣୁପୁର ଶ୍ରୀମତୀ ଶାନ୍ତିପ୍ରଭା ପ୍ରଧାନ, ବିଷମକଟକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶୁଭପ୍ରଦା ଶାସମଲ ବିଷମକଟକ ବ୍ଲକ ଅଧ୍ୟକ୍ଷା ଯଶୋଦା ହୁଇକା, ସରପଞ୍ଚ ସାହାଡ଼ା, ସରପଞ୍ଚ ଡୁମ୍ବୁରନେଲି, ପିଏମୟୁ ସଦସ୍ୟ, ଜୀବନ ଜୀବିକା ଏବଂ ଜନଜାତି ଜୀବିକା ସାଥି ପ୍ରମୁଖ ଉପସ୍ଥିତ ଥିଲେ ।