ଦେବଗିରି ବାବାଙ୍କୁ ଆକ୍ରମଣ କରିଥିବା ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ

0
80
ଦେବଗିରି ବାବାଙ୍କୁ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୭/୧୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଦେବଗିରି ଶୈବ ପୀଠ ପାହାଡ଼ ତଳେ କ୍ରାନ୍ତି କାରୀ ଆଶ୍ରମ ବାବା ସ୍ୱରୂପାନନ୍ଦଙ୍କୁ ଆକ୍ରମଣ କରିଥିବା ଆସାମୀକୁ ଆଜି ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ଗତ ପନ୍ଦର ତାରିଖରେ ଦେବଗିରି ଠାରୁ ବାବା ନିଜ ଗାଡିରେ ଗେରେଜକୁ ଯିବା ସମୟରେ ରାସ୍ତା ମଝିରେ କିଛି ଯୁବକ ଠିଆ ହୋଇଥିଲେ ପରେ ବାବା ସେମାନଙ୍କୁ ରାସ୍ତାରୁ ଉଟିବା ପାଇଁ କହିବାରୁ ସମସ୍ତେ ଉଟି ଯିବା ପରେ ଡାଣ୍ଡିଆ ସାଇର ରବିବାଗ ନାମକ ଯୁବକ ଉଟି ନଥିଲେ ପରେ ବାବା ଗାଡି ରୁ ଓଲାଇ ଭୁଜା ସୁଜା କରିଥିଲେ, ପରେ ବାବାଙ୍କୁ ଓସିଲ ଭାଷା ରେ ଗାଳି କରି ଥିଲେ ପରେ ପାଖରେ ଥିବା ସାଙ୍ଗ ମାନେ ରବି ବାଗ କୁ ବୁଝେଇ ନେଇଯାଇଥିଲେ, ପରେ ବାବା ନିଜ କାମ ପାଇଁ ପାଖ ଗେରେଜ କୁ ଯାଇ ଥିଲେ ।ପୁଣି ଥରେ ରବି ବାଗ ଗେରେଜ କୁ ଯାଇ ଏକ ଲୁହା ରଡ଼ ରେ ବାବା ଙ୍କୁ ମୁଣ୍ଡ ମୁହଁକୁ ଆକ୍ରମଣ କରିଥିଲା । ପରେ ବାବା ଥାନା ରେ ଏକ ଲେଖିତ ଅଭିଯାଗ ପତ୍ର ଦେଇଥିଲେ ଯାହା କି ରାୟଗଡା ଜିଲ୍ଲାରେ ବହୁ ଚର୍ଚ୍ଚା ବିଷୟ ପାଲଟି ଥିଲା । ପରେ ପୋଲିସ ଖଜା ଖାଜି କରିବା ଆରମ୍ଭ କରିଥିଲା ଆଜି ପୋଲିସ ଆସାମୀ ରବି ବାଗ କୁ ଗିରପ କରି କୋର୍ଟ ଚାଲାଣ କରିଥିବା ଦେଖିବା କୁ ମିଳିଛି ।