ବାରାଣସୀ ମହୋତ୍ସବ ଉଦଯାପିତ

0
59
D39b0123 14da 405f 9e91 C3eab118429e

ରିପୋର୍ଟ: ପ୍ରଣତି ସାବତ //
କାଶୀନଗର ୧୨/୧୨): ସ୍ଥାନୀୟ ବାରାଣସୀ ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଦୁଇ ଦିନ ବ୍ୟାପୀ ଚାଲିଥିବା ବାରାଣସୀ ଉତ୍ସବ ଉଦଯାପିତ ହୋଇଯାଇଛି।

ଏ ଉପଲକ୍ଷେ ଆୟୋଜିତ ସମାବେଶରେ ଗୋଷ୍ଟି ଉନ୍ୟୟନ ଅଧିକାରୀ ଅନୁପ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ତଥା ଉଦଘାଟ ରୂପେ ଗଜପତି ଜିଲ୍ଲା ପରିଷଦର ମୁଖ୍ୟ ଉନୟନ ଅଧିକାରି ଗୁଣନିଧି ନାୟକ ମଞ୍ଚାସିନ ହୋଇଥିଲେ। ସମ୍ମାନୀୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ବାଲ୍ଲା ସାୟାମା ,ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଏମ, ସୁଧାରାଣି , ତହସିଲଦାର ଅଶୋକ କୁମାର ପ୍ରଧାନ, ବିଜ୍ଞାପିତ ଅଂଚଳ ପରିଷଦ ଉପାଧ୍ୟକ୍ଷ ରଘୁରାମ ସାହୁ, ଥାନା ଅଧିକାରୀ ଗୋବିନ୍ଦ ଗୌଡ଼ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

କାଶୀନଗର ରେ ବିବିଧତା ଓ ଭାଷା ଭିନ ହେଲେ ସୁଦ୍ଧା ଏହା ଭିତରେ ଏକତା ରହିଛି ବୋଲି ମୁଖ୍ୟ ଅତିଥି ଶ୍ରୀ ନାୟକ ମତ ଦେଇଥିବା ବେଳେ ଅନ୍ୟ ବକ୍ତା ମାନେ କାଶୀନଗର କୁ କଳା ସଂସ୍କୃତିର ପୀଠ ଭାବେ ବର୍ଣ୍ଣନା କରିଥଲେ।ଏହି ଅବସରରେ ଗୋଷାଣୀ ପଂଚାୟତ ସମିତିର ସମିତି ଅଧକ୍ଷ ବିରା ରା ଜୁ ଓ ଅର୍ ଏମସି ଅଧକ୍ଷ ଗଜପତି ରାଓ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, କୂର୍ମଣଥମ ଙ୍କ ବଂଶୀ ବାଦନ ସମଗ୍ର ଦର୍ଶକ ଙ୍କୁ ଆକର୍ଷିତ କରି ରଖିଥିଲା | ଶ୍ରୀ ନାୟକ ତବଲା ବାଦକ ଓ ବଂଶୀ ବାଦକ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ |