ଅବ୍ୟବସ୍ଥା ମଧ୍ୟରେ ସରିଲା ବ୍ଲକ ସ୍ତରୀୟ ଚଇତି !

0
39
ଅବ୍ୟବସ୍ଥା ମଧ୍ୟରେ

ରିପୋର୍ଟ ନରୋତ୍ତମ ପାଢ଼ୀ
ବିଷମ କଟକ, (୧୯/୧୨) : ରାୟଗଡା ଜିଲ୍ଲା ବିଷମକଟକ ସଦର ବ୍ଲକ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପଛ ପଟ ପଡିଆ ଠାରେ ଗତ ୧୬ ତାରିଖ ଶନିବାର ଦିନ ବ୍ଲକ ସ୍ତରୀୟ ଚଇତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।Whatsapp Image 2023 12 19 At 13.01.13

ପ୍ରସ୍ତୁତି ବୈଠକ ଠାରୁ ଆରମ୍ଭ କରି ଏହାର ସମାପ୍ତି ଓ ସମାପନ ପରେ ମଧ୍ୟ ଏହି ମହୋତ୍ସବ ଟି ତାର ପାଳନ ପାଇଁ କମ ଏବଂ ଅବ୍ୟବସ୍ଥା କୁ ନେଇ ବେଶ ଚର୍ଚ୍ଚା ରେ ରହିଛି । ଏହା ଲୋକ ମହୋତ୍ସବ କମ ଏବଂ ଦଳୀୟ କାର୍ଯ୍ୟକ୍ରମ ଅଧିକ ଭଳି ଲାଗୁଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି । ବ୍ଲକ ପ୍ରଶାସନର ମହିମା ମଣ୍ଡନ ନ କରିବା ରୁ ଗଣ ମାଧ୍ୟମ ପ୍ରତନିଧି ମାନଙ୍କୁ ଉପେକ୍ଷା କରାଯାଉଥିବା ଅଭିଯୋଗ ହୋଇଛି । ସରକାର ପିସି ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ସତ ହେଲେ ଆଜି ମଧ୍ୟ ବ୍ଲକ ରେ ପିଅନ ଠୁ ଆରମ୍ଭ କରି ବାବୁ ପର୍ଯ୍ୟନ୍ତ ସମସ୍ତେ ପିସି ନେଉଛନ୍ତି । ବ୍ଲକରେ ସବୁ ଠୁ ଅଧିକ ୨୨ % ପର୍ଯ୍ୟନ୍ତ ପିସି ନିଆଯାଉଛି ତେବେ ବର୍ଷକୁ ଥରେ ପାଳନ କରାଯାଉଥିବା ଲୋକ ମହୋତ୍ସବ ପାଇଁ କାହିଁକି ବିଭିନ୍ନ ଜାଗାରୁ ଚଇତି ନାଁ’ରେ ଟଙ୍କା ଆଦାୟ କରାଯାଉଛି ଏବଂ ତାର ବ୍ୟୟବରାଦ ସାଧାରଣ ଜନତା ଙ୍କ ଠାରେ ସାର୍ବଜନୀନ କରାଯାଉ ନାହିଁ ବୋଲି ବିଷମକଟକ ର ଗଣମାଧ୍ୟମ ପ୍ରତିନିଧି ଗୁପ୍ତେଶ୍ୱର କୁସଲିଆ ପ୍ରକାଶ କରିଛନ୍ତି ।

ନିକଟରେ ସରକାର ଏଓଏନଓ ଯୋଜନା ନାଁ’ରେ ପାଖା ପାଖି ସାଢେ ଦଶ କୋଟି ଟଙ୍କା ମଞ୍ଜୁର କରିଛନ୍ତି, ଏତଦବ୍ୟତୀତ ସାଂସଦ ପାଣ୍ଠି, ବିଧାୟକ ପାଣ୍ଠି, ଜିଲ୍ଲା ପରିଷଦ ପାଣ୍ଠି, ମୁଖ୍ୟମନ୍ତ୍ରୀ ଙ୍କ ସ୍ୱତନ୍ତ୍ର ପାଣ୍ଠି ଏବଂ ବିଭିନ୍ନ ଉତ୍ସ ରୁ ବ୍ଲକରେ କୋଟି କୋଟି ଟଙ୍କାର ଠିକା କାମ କରାଯାଉଛି । ଏହି ସବୁ ପାଣ୍ଠି ର ଏକ ପ୍ରତିଶତ ରାଶି ରେ ବିଷମକଟକ ଭଳି ଆହୁରି ଅନେକ ଗୁଡିଏ ବ୍ଲକର ଚଇତି ପାଳନ ହୋଇପାରିବ ତେବେ କାହିଁକି ସାଧାରଣ ଲୋକଙ୍କ ଠାରୁ ଚାନ୍ଦା ଆଦାୟ କରାଯାଉଛି । ଏହି ଗୋଟିଏ ପ୍ରଶ୍ନ ପାଇଁ ଚଳିତ ବର୍ଷର ଚଇତି କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଉପେକ୍ଷା କରାଯାଇଥିବା ଅଭିଯୋଗ ହୋଇଛି।

ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକ ଙ୍କ କାର୍ଯ୍ୟକାଳ ମଧ୍ୟରେ ଏହା ଦ୍ଵିତୀୟ ଥର ପାଇଁ ପାଳନ କରାଯାଉଥିବା ବେଳେ ୨୦୨୨ ର ଜମା ଓ ଖର୍ଚ୍ଚ ର କୌଣସି ହିସାବ ସାଧାରଣ ଜନତା ଙ୍କୁ ଅବଗତ କରାଯାଇନାହିଁ । ବିଭିନ୍ନ ସଂଗଠନ, ବ୍ୟବସାୟିକ ପ୍ରତିଷ୍ଠାନ, କର୍ମଚାରୀ, ମିଲର, ବ୍ୟାପରି, ଏବଂ ଅନେକ ଗୁଡିଏ ଉତ୍ସରୁ ଏହି ଉତ୍ସବ ପାଳନ ସକାଶୁ ଚାନ୍ଦା ଆଦାୟ କରାଯଉଛି । ହେଲେ ବର୍ଷ ରୁ ଅଧିକ ସମୟ ହେବ ବ୍ୟୟ ବରାଦ ର ହିସାବ ସାର୍ବଜନୀନ କରାଯାଉନାହିଁ I ଯାହାକୁ ନେଇ ବ୍ଲକ ପ୍ରଶାସନ ର ଆଭିମୁଖ୍ୟ ସନ୍ଦେହ ସୃଷ୍ଟି କରୁଛି । ପ୍ରସ୍ତୁତି ବୈଠକରେ ପୂର୍ବ ବର୍ଷ ର ବ୍ୟୟବରାଦ ର ହିସାବ ମାଗାଜିବା ଭୟରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସାମିଲ କରିବା ତ ଦୂର କଥା ସାଧାରଣ ଜନତାଙ୍କୁ ବି ଏଥିରେ ଅନ୍ତର୍ଭୁକ୍ତ କରାଯାଇନାହିଁ ।

କାଁ ଭାଁ ଆଦିବାସୀ ନେତା ଙ୍କୁ ଛାଡି ଦେଲେ ଅଞ୍ଚଳର ପ୍ରମୁଖ ଆଦିବାସୀ ନେତା, ଆଦିବାସୀ ସଂଗଠନ ଙ୍କୁ ଏଥିରେ ଆମନ୍ତ୍ରିତ କରାଯାଇନଥିବା ଅଭିଯୋଗ ହୋଇଛି । ପ୍ରତିଯୋଗୀ ମାନଙ୍କ ପାଇଁ ବସିବାର ସୁବିଧା ମଧ୍ୟ ପ୍ରଶାସନ କରିପାରିନଥିଲା ଯାହା ଫଳରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗ ନେବାକୁ ଆସିଥିବା ପ୍ରତିଯୋଗୀ ମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଛିଡା ହୋଇ ରହିବାକୁ ବାଧ୍ୟ ହୋଇଥିଲେ । ଅନ୍ୟ ପକ୍ଷରେ ଭିଆଇପି କଲଚରକୁ ପ୍ରୋତ୍ସାହିତ କଲା ଭଳି ତଳିଆ କର୍ମଚାରୀଠୁ ଆରମ୍ଭ କରି ବାବୁ ମାନେ ସପରିବାର ଆଗ ଧାଡିରେ ବସି ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା । ଅବ୍ୟବସ୍ଥା ଏପରି ଯେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଦୁଇ ଦୁଇ ଥର ମଞ୍ଚ ଭାଙ୍ଗିଯାଇଥିବା ଜଣା ପଡିଛି, ସାଉଣ୍ଡ ସିଷ୍ଟମ କଥା ନ କହିଲେ ଭଲ । ଅପର ପକ୍ଷରେ ବିଭିନ୍ନ ଆଡୁ ଆସିଥିବା କଳାକାର, ଛାତ୍ରଛାତ୍ରୀ, ପ୍ରତିଯୋଗୀ ଏବଂ ଅତିଥି ଏବଂ ବ୍ଲକ କର୍ମଚାରୀ ମାନଙ୍କୁ ଭୋକ ରେ ବାହୁଡ଼ିବାକୁ ପଡ଼ିଥିବା ମଧ୍ୟ ଅଭିଯୋଗ ହୋଇଛି ।

ଚଇତି ପାଳନ ସକାଶୁ ବ୍ୟାପକ ଭାବେ ଚାନ୍ଦା ଆଦାୟ କରାଯାଇଛି ହେଲେ ତା ସତ୍ୱେ ଟି-ସାର୍ଟ କିଣା ଠୁ ଆରମ୍ଭ କରି ମଞ୍ଚ, ଖାଦ୍ୟ, ପୁରସ୍କାର ଏଭଳି ଅନେକ ଜିନିଷ ନାଁ’ରେ ବ୍ୟାପକ ଅର୍ଥ ବାଟମାରଣା କରାଯାଇଥିବା ସନ୍ଦେହ କରାଯାଉଛି । ଏହି ଅବହେଳା ସବୁ ସାର୍ବଜନୀନ ନ ହେବା ପାଇଁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧନା କରାଯିବା ର କାର୍ଯ୍ୟକ୍ରମ ରଖାଯାଇଥିଲା ଯେଉଁଥିରେ ଗଣମାଧ୍ୟମ ପ୍ରତନିଧି ମାନେ ସାମିଲ ହୋନଥିବା ସୂଚନା ରହିଛି । ଦୁଇ ବର୍ଷ ର ବ୍ୟୟବରାଦ ସାର୍ବଜନୀନ କରାଯିବା ସହ ସ୍ଥାନୀୟ ପ୍ରତିଭା, ପ୍ରତିଯୋଗୀ ଏବଂ ଆଦିବାସୀ ମାନଙ୍କ ପାଇଁ ଆହୁରି ଉନ୍ନତ ମାନର ବ୍ୟବସ୍ଥା କରାଯିବା ପାଇଁ ଦାବି ହେଉଥିବା ମଧ୍ୟରେ ଚଇତି ଆୟୋଜନ କରାଯାଇଥିବା ସ୍ଥାନଟି ରେ ବର୍ତମାନ କୁଢା କୁଢା ଆବର୍ଜନା ପଡି ରହିଛି ।

କାର୍ଯ୍ୟକ୍ରମ ସମାପ୍ତିର ଦୁଇଦିନ ପରେ ମଧ୍ୟ ସେ ସବୁ କୁ କାଢ଼ିବାର ନୈତିକ ଜ୍ଞାନ ବ୍ଲକ ପ୍ରଶାସନ ପାଖରେ ନାହିଁ ବୋଲି ଅଭିଯୋଗ ହୋଇଛି । ତେବେ ଯଦି ଆଗାମୀ ଦୁଇଦିନ ମଧ୍ୟରେ ଏହି ସ୍ଥାନଟିରୁ ଆବର୍ଜନା ସଫା ନ କରାଗଲେ ଆମେ ନିଜେ ଏ ସବୁ ସଫା କରି ବିଡିଓ ଙ୍କ କାର୍ଯ୍ୟାଳୟ ଆଗରେ ଥୋଇବାକୁ ବାଧ୍ୟ ହେବୁ ବୋଲି ମର୍ଣ୍ଣିଙ୍ଗ ଟିମ ସଦସ୍ୟ ମାନେ ସ୍ପଷ୍ଟ କରିଛନ୍ତି । ଏହି ସବୁ ଅବ୍ୟବସ୍ଥା କୁ ନେଇ ବ୍ଲକ ପ୍ରଶାସନ ଆଗାମୀ ଦିନ ରେ କଣ କରିବାକୁ ଯାଉଛି ତାହା ଉପରେ ସମସ୍ତ ଙ୍କ ନଜର ରହିଛି । ତେବେ ଏହି ସବୁ ମଧ୍ୟରେ ଅବ୍ୟବସ୍ଥାକୁ ନେଇ ଜିଲ୍ଲାପାଳଙ୍କ ସହ ସାକ୍ଷାତ କରିବା ନେଇ ବିଷମକଟକ ସାମ୍ବାଦିକ ସଙ୍ଘ ସଂକେତ ଦେଇଛି ।