ଶ୍ୱଶୁର ଘରେ କେହି ନଥିବା ବେଳେ ସ୍ତ୍ରୀର ଗଳା କାଟି ପରେ ନିଜେ ନିଜର ଗଳା କାଟିଲା ସ୍ବାମୀ

0
42
ଶ୍ୱଶୁର ଘରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମାଲକାନଗିରି, (୨୫/୦୧) : ଘରୋଇ କଳିକୁ ନେଇ ଅଭାବନୀୟ ଘଟଣା । ଶ୍ୱଶୁର ଘରେ କେହି ନଥିବା ବେଳେ ସ୍ତ୍ରୀର ଗଳା କାଟିବା ପରେ ନିଜେ ନିଜର ଗଳା କାଟିଲା ସ୍ବାମୀ

ଉଭୟ ଗଳା କଟିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଭୟ ଚିତ୍କାର କରୁଥିଲେ । ପ୍ରଥମେ ସ୍ତ୍ରୀ ପ୍ରାଣ ହାରିବା ପରେ ସାହି ଲୋକ ସ୍ୱାମୀକୁ ଉଦ୍ଧାର କରି ମେଡିକାଲକୁ ସ୍ଥାନାନ୍ତର କରିଥିଲେ ମଧ୍ୟ ମାତ୍ର କେଇ ମିନିଟ ବ୍ୟାବଧାନରେ ସ୍ୱାମୀଙ୍କର ମଧ୍ୟ ପ୍ରାଣବାୟୁ ଉଡ଼ିଯାଇଥିଲା । ଏଭଳି ଲୋମହର୍ଷଣକାରୀ ଦୃଶ୍ୟ ଦେଖିବାକୁ ମିଳିଥିଲା ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ରହିଥିବା ବଣ୍ଡାଲଗୁଡା ସାହିରେ । ସୂଚନା ମୁତାବକ ଆଜି ଅପରାହ୍ଣ ବେଳେ ଏହି ଗ୍ରାମର ପେଦୀ ବେଣୁ କୁମାରୀ ନିଜ ଘରେ ଥିବା ବେଳେ ସ୍ଵାମୀ ପି କୋଣ୍ଡା ବାବୁଙ୍କ ସହ କୌଣଷି କାରଣରୁ ଝଗଡ଼ା ହୋଇଥିଲା ।

କେଇ ମିନିଟ ମଧ୍ୟରେ ଝଗଡ଼ା ଏତେ ତୀବ୍ରତର ହେଲା ଯେ କୋଣ୍ଡା ବାବୁ ଘରେ ରହିଥିବା ଧାରୁଆ ଛୁରି ସାହାଯ୍ୟରେ ହଠାତ୍ ବେଣୁ କୁମାରୀଙ୍କ ଗଳା କାଟି ଦେଇଥିଲା । ଏହାପରେ ବେଣୁ କୁମାରୀଙ୍କ ରକ୍ତସ୍ରାବ ଦେଖି ଆତ୍ମହରା ହୋଇ ପଶ୍ଚାତାପ ସ୍ଵରୁପ ନିଜର ଗଳା ମଧ୍ୟ କାଟି ଦେଇଥିଲା । ପୁରା ଘର ରକ୍ତ ଜୁଡ଼ୁବୁଡ଼ୁ ହୋଇଯାଇଥିବା ବେଳେ ଉଭୟଙ୍କ ଚିତ୍କାର ଶୁଣି ପାଖାପାଖି ଲୋକେ ଆସି ଉଦ୍ଧାର କରିଥିଲେ ।