ବିଧାୟକ ଙ୍କ ଦ୍ୱାରା ଏଗାର କୋଟି ଟଙ୍କା ର ତିନି ଗୋଟି ବିଜୁ ସେତୁ ର ଶିଳାନ୍ୟାସ

0
241
ବିଧାୟକ

ରିପୋର୍ଟ : ବିଭୁତି ଲହରିଆ
ବାଲିଗୁଡା, (୨/୩) : ବାଲିଗୁଡା ବ୍ଲକ ର ଉପାନ୍ତ ଋତୁଙ୍ଗିଆ ଓ ପରମପାଙ୍ଗା ପଞ୍ଚାୟତ ବାସୀ ଙ୍କ ଦୀର୍ଘ ଦିନର ଆଶା ପୂରଣ ହୋଇଛି l

ବିଧାୟକ ଙ୍କ ଦ୍ୱାରା ଏଗାର କୋଟି ଟଙ୍କା ର ତିନି ଗୋଟି ବିଜୁ ସେତୁ ର ଶିଳାନ୍ୟାସ  l ଦୁଇ ପଞ୍ଚାୟତରେ ଗମନାଗମନର ସୁବିଧା ନେଇ ତିନି ଗୋଟି ବିଜୁ ସେତୁ ଯୋଜନାରେ ୧୧ କୋଟି ଟଙ୍କା ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ବାଲିଗୁଡା ବ୍ଲକ ଅନ୍ତର୍ଗତ ଋତୁଙ୍ଗିଆ ପଂଚାୟତ ର ବାଉଲିମାହା ଠାରୁ ପାଜୀମାହା ରାସ୍ତାରେ ଲତେରମାହା ନାଳ ଉପରେ ବିଜୁ ସେତୁ ନିର୍ମାଣ ନେଇ 3 କୋଟି ରୁ ଉର୍ଦ୍ଧ ରାଶି ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ l ସେହିପରି ଟଙ୍ଗମ ଠାରୁ କଡମାହା ରାସ୍ତାରେ ସୀତାପଙ୍ଗା ନାଳ ଉପରେ ବିଜୁ ସେତୁ ଯୋଜନାରେ ୪ କୋଟି ୪୯ ଲକ୍ଷ ଟଙ୍କା ଏବଂ ପରମପାଙ୍ଗା ପଞ୍ଚାୟତର ସିନ୍ଧୁଲପଡି ଠାରୁ ପାଙ୍ଗୁରୁମିଲା ରାସ୍ତାରେ ୩ କୋଟି ୪୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ରାଶି ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

ବାଲିଗୁଡା ବିଧାୟକ ଚକ୍ରମଣୀ କଂହର ଓ ଜିଲ୍ଲା ପରିଷଦ ଅଧକ୍ଷ୍ୟା ନନ୍ଦିନୀ ମଳିକଙ୍କ କରକମଳରେ ୩ ଗୋଟି ଉଚ୍ଚ ସ୍ତରୀୟ ସେତୁ ନିର୍ମାଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି l ଏଥିରେ ବାଲିଗୁଡା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସୁବାସ ପାତ୍ର, ସହକାରୀ ଯନ୍ତ୍ରୀ ପିକେ ବେହେରା ଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ରହିଥିଲେ l