BSKY ନବୀନ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ

0
46
BSKY

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୦୯/୦୩) : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ କାର୍ଯ୍ୟାଳୟରେ ନୂଆ BSKY ନବୀନ ସ୍ୱାସ୍ଥ୍ୟ କାର୍ଡ଼ ବିତରଣ କାର୍ଯ୍ୟ ଶୁଭାରମ୍ଭ କରାଯାଇଅଛି ।

ଆଜିର ଏହି ନୂଆ BSKY ନବୀନ କାର୍ଡ଼ ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ କମିଶନର, RDC କାର୍ଯ୍ୟାଳୟ , ବ୍ରହ୍ମପୁରରୁ ଶ୍ରୀ ଅଗସ୍ତିନ ପ୍ରଧାନ ଯୋଗ ଦେଇ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ କାର୍ଯ୍ୟକୁ ଶୁଭାରମ୍ଭ କରିଥିଲେ, ଏହି ଅବସରରେ ରାଇକିଆ ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରୀତମ ଚନ୍ଦ୍ର ପ୍ରଧାନ, ଉପାଧ୍ୟକ୍ଷା ଶ୍ରୀମତୀ ରୀନା ପ୍ରଧାନ, ରାଇକିଆ ବିଡିଓ ଶ୍ରୀ ସୀମାଞ୍ଚଳ ମଣ୍ଡଳ, ଏବଡିଓ ଶ୍ରୀ ଦିବ୍ୟସିଂହ କଂହର, ରାଇକିଆ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକ, ବେରେଡା କିଆ ସରପଞ୍ଚ ଶ୍ରୀ ଅକ୍ଷୟ ପ୍ରଧାନ, ଦଡି ଙ୍ଗିଆସରପଞ୍ଚ ଶ୍ରୀ ଅଶୋକ ପ୍ରଧାନ ଏବଂ ଷ୍ଟେଟବ୍ୟାଙ୍କ ମ୍ୟାନେଜର ଶ୍ରୀ ସନ୍ତୋଷ ବେହେରା ଉପସ୍ଥିତ ରହି ହିତାଧିକାରୀମାନଙ୍କୁ ନୂଆ BSKY ନବୀନ କାର୍ଡ଼ ବିଷୟରେ ସୁଚାଇଥିଲେ । ଓ ବହୁ ଲୋକମାନେ ମଧ୍ୟ ଉପସ୍ଥିତ ଥିଲେ ।