ଫ୍ୟୁଜନ ମଇକ୍ରୋଫାଇନାନ୍ସ ତରଫରୁ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସୌରୀ କରଣ ଯୋଗାଣ

0
45
ଫ୍ୟୁଜନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ରାଇକିଆ, (୧୨/୦୩) : କନ୍ଧମାଳ ଜିଲ୍ଲା ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆଜି ଫ୍ୟୁଜନ ମଇକ୍ରୋ ଫାଇନାନ୍ସ ତରଫରୁ ୧୦k ୱାଟ ର ଏକ ସୋଲାର ସୌରୀକରଣ ଉଦଘାଟନ କରାଯାଇଛି lWhatsApp Image 2024 03 12 at 11.28.48 ଫ୍ୟୁଜନ ମଇକ୍ରୋଫାଇନାନ୍ସ ତରଫରୁ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସୌରୀ କରଣ ଯୋଗାଣ

ରାଇକିଆ ମେଡିକାଲରେ ୨୪ ଘଣ୍ଟା ବିଦ୍ୟୁତର ଆବଶ୍ୟକତା କୁ ଅନୁଭବ କରି ଏହି ସୌରୀ କରଣ କୁ ମାଗଣାରେ ଦିଆଯାଇଥିବା ଫ୍ୟୁଜନ ମାଇକ୍ରୋ ଫାଇନାନ୍ସ ରାଜ୍ୟ ମୁଖ୍ୟ ଅମୁଲ୍ୟ କୁମାର ସାହୁ ନିଜ ବକ୍ତବ୍ୟ ରେ କହିଛନ୍ତି l ଏହି ମଇକ୍ରୋ ଫାଇନାନ୍ସ ର ଲକ୍ଷ ସ୍ୱାସ୍ଥ୍ୟ ଶିବିର, ବିଶୁଦ୍ଧ ପାଣି, ପାଇଖାନା, ଚକ୍ଷୁ ପରୀକ୍ଷା, ସାନିଟାରୀ ପେଡ ବଣ୍ଟନ, ବିକଳାଙ୍ଗ ପାଇଁ ସାଇକେଲ ବଣ୍ଟନ, ସୌରୀ କରଣ ସହିତ, ମହିଳା ମାନଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ଋଣ ପ୍ରଦାନ ଓ ରିଲିଫ ବଣ୍ଟନ କରାଯାଉଛି l

ଏହି ପ୍ରକଳ୍ପ କୁ ସିଡିମଓ ମନୋଜ କୁମାର ଉପାଧ୍ୟାୟ, ରାଇକିଆ ତହସିଲଦାର ସୁଭଦ୍ରା ମୁଣ୍ଡିକା, ଡାକ୍ତର ଶ୍ରୀନିବାସ ପାତ୍ର, ଫ୍ୟୁଜନ ମଇକ୍ରୋ ଫାଇନାନ୍ସ ରାଜ୍ୟ ମୁଖ୍ୟ ଅମୁଲ୍ୟ କୁମାର ସାହୁ, ପୋର୍ଟ ଫୋଲିଓ ମୁଖ୍ୟ MD ଇରଫାନ ଖାନ, ଡିଭିଜନ ମେନେଜେର ରାଧା ଚରଣ ବିଶ୍ୱାଳ, ଏରିଆ ମ୍ୟାନେଜେର ଗୋପାଳ କୃଷ୍ଣ ପଣ୍ଡା, ରାଇକିଆ ବ୍ରାଞ୍ଚ ମ୍ୟାନେଜର ମହେଶ୍ୱର ମହାନ୍ତି, ବିଜୟ କୁମାର ତିୱାରୀ ତଥା ରାଇକିଆ ପୋଲିସ ପ୍ରଶାସନ ଓ ଆଶା ଦିଦି ଓ ଆଖ ପାଖ ଅଞ୍ଚଳ ର ମହିଳା ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ ।