ବିନିକା କୁ ସବଡିଭିଜନ ଦାବୀରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଜାରୀ

0
42
ବିନିକା

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୨/୦୩) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରକୁ ସବଡିଭିଜନ ର ମାନ୍ୟତା ପାଇଁ ସରକାର ଘୋଷଣା କରିବାକୁ ଦୀର୍ଘ ବର୍ଷ ହେଲା ବିନିକା ଅଞ୍ଚଳ ବାସୀ ଦାବୀ କରି ଆସୁଛନ୍ତି ।

ଏନେଇ ବିନିକା ସଂଘର୍ଷ ସମିତି ଓ ବିନିକା ଅଞ୍ଚଳ ବାସୀ ପକ୍ଷରୁ ସ୍ଥାନୀୟ ତହସିଲ କାର୍ଯ୍ୟଳୟ ସମ୍ମୁଖରେ ୧୦ ଘଣ୍ଟା ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଗଣଧାରଣା ଜାରି ରହିଛି । ଏହି ଗଣଧାରଣା ଗତ ୬ ତାରିଖ ଠାରୁ ଅଦ୍ୟାବଧି ଶାନ୍ତି ପୂର୍ଣ୍ଣ ଭାବରେ ଚାଲିଛି । ବିନିକା ସହରକୁ ସବଡିଭିଜନ ର ମାନ୍ୟତା ତୁରନ୍ତ ଘୋଷଣା ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ସମିତି ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି । ଆଗାମା ସାଧାରଣ ନିର୍ବାଚନ ପୂର୍ବରୁ ବିନିକା ସହରକୁ ସବଡିଭିଜନ ମାନ୍ୟତା ଘୋଷଣା କରିବାକୁ ଅଞ୍ଚଳ ବାସୀ ପକ୍ଷରୁ ଦାବୀ ହେଉଛି । ନ୍ୟାର୍ଯ୍ୟ ଦାବୀ ହାସଲ ପାଇଁ ଗଠିତ ସଂଘର୍ଷ ସମିତି କର୍ମକର୍ତ୍ତାଙ୍କ ସମେତ ଅଞ୍ଚଳବାସୀ ଦିନକୁ ଦିନ ସ୍ବତଃ ପ୍ରବୃତ୍ତ ଭାବରେ ଆସି ଗଣଧାରଣାରେ ବହୁସଂଖ୍ୟରେ ସାମିଲ ହେଉଛନ୍ତି । ଏଥିପାଇଁ ସଂଘର୍ଷ ସମିତି କର୍ମକର୍ତ୍ତା ମାନଙ୍କର ଓ ଅଞ୍ଚଳ ବାସୀଙ୍କ ମନବଳ ବୃଦ୍ଧି ପାଉଥିବା ଆଲୋଚନା ହୋଇଛି ।