ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତିପୋଡି ପାଉଁଶ

0
56
ସର୍ଟ ସର୍କିଟ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଖୋର୍ଦ୍ଧା, (୧୩/୦୩) : ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନରେନ୍ଦ୍ରପୁର ସାହିରେ ଘଟିଛି ଅଘଟଣ । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତିପୋଡି ପାଉଁଶ

ସୂଚନାରୁ ଜଣାପଡିଛି ନରେନ୍ଦ୍ରପୁର ସାହିର ନରସିଂହ ସେନାପତିଙ୍କ ଘରେ ଆଜି ଏସି ଚାଲୁଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା । ଏସିରୁ ନିଆଁ ଲାଗି ଘରେ ଥିବା ଗଦରେଜ ଆଲମିରା ଓ ଖଟରେ ନିଆଁ ଲାଗି ଯିବାରୁ ଖଟ ଗଦି ଲୁଗାପଟା ଟଙ୍କା ଓ ଘରେ ଥିବା ଅନ୍ୟାନ୍ୟ ଆସବାବପତ୍ର ପୋଡି ସଂପୂର୍ଣ୍ଣ ପାଉଁଶ ହୋଇଯାଇଛି । ଆନୁମାନିକ ଲକ୍ଷାଧିକ ଟଙ୍କା ର ସମ୍ପତ୍ତି ପୋଡି ପାଉଁଶ ହୋଇ ଯାଇଥବା ଅନୁମାନ । ଗାଁ ଲୋକେ ଇଲେକ୍ଟ୍ରି ଲାଇନ କାଟି ପାଣି ପକାଇ ନିଆଁକୁ ଆୟତ୍ତ କରିଥିଲେ।ଖବର ପାଇ ଟାଗିଂ ଅଗ୍ନିଶମ ବାହିନୀ ପହଞ୍ଚିଲା ବେଳକୁ ନିଆଁକୁ ଆୟତ୍ତ କରିଥିଲେ ଗାଁ ଲୋକେ।ଗଟଣା ସ୍ଥଳରେ ରାଜସ୍ୱ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି ।