ରାତାରାତି ଯୋଜନା ବଦ୍ଧ ଭାବେ ଜେସିବି ଲଗେଇ ନିଜ ସମ୍ପର୍କୀୟ କକାଙ୍କ ଘର ପୁତୁରା ଭାଙ୍ଗି ଚୁର୍ମାର କରି ଫେରାର

0
50
ରାତାରାତି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ମୁରିବାହାଲ, (୧୫/୦୩) : ରାତାରାତି ଘରେ କେହି ନ ଥିବା ବେଳେ ନିଜ ସମ୍ପର୍କୀୟ ଙ୍କ ଘର ଜେ ସି ବି ଲଗେଇ ମାଟି ରେ ମିଶେଇ ଦେଲା ନିଜ ପୁତୁରା ପୁଅ ।WhatsApp Image 2024 03 16 at 11.28.06 ରାତାରାତି ଯୋଜନା ବଦ୍ଧ ଭାବେ ଜେସିବି ଲଗେଇ ନିଜ ସମ୍ପର୍କୀୟ କକାଙ୍କ ଘର ପୁତୁରା ଭାଙ୍ଗି ଚୁର୍ମାର କରି ଫେରାର

ସିନେମା ଷ୍ଟାଇଲରେ ବିଳମ୍ବିତ ରାତିରେ ଜେସିବି ଲଗେଇ ନିଜ ସମ୍ପର୍କୀୟ ପୁତୁରା ଘର ଚୂରମାର କରି ମାଟିରେ ମିଶେଇ ଫେରାର ହୋଇ ଯାଇଥିବା ନେଇ ଅଞ୍ଚଳ ରେ ଚହଳ ସୃଷ୍ଟି ହୋଇ ଯାଇଛି ଏପରି କି ଉକ୍ତ ଅଭିଯୁକ୍ତ କୁ ପୋଲିସ ଠାବ କରି ପାରିନଥିବା ବେଳେ ବ୍ୟବହୃତ ଜେସିବି ଓ ଏକ କାର ଜବତ ସହ ତିନି ଜଣ ଙ୍କୁ ଗିରଫ କରାଯାଇଛି । ଘଟଣା ରୁ ପ୍ରକାଶ ଯେ,ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ନିକଟସ୍ଥ ବସ୍ତି ବା ସାଇ ଅଞ୍ଚଳ ନିବାସୀ କାକା ସୁରେଶ ମହାକୁଡ ଙ୍କ ସହ ତାଙ୍କ ପୁତୁରା ସୁବ୍ରତ ମହାକୁଡ ଙ୍କ ପାରିବାରିକ ବିବାଦ ଲାଗି ରହିଥିଲା ।

ପୂର୍ବରୁ ରାଗ ରଖି ଅଭିଯୁକ୍ତ ପୁତୁରା ଘର ଭାଙ୍ଗି ଚୂର୍ମାର କରି ଦେବା ଧମକ ଦେଇ ଥିବା ସହ ପରିବାର ଲୋକ ଙ୍କୁ ଉକ୍ତ ଘରେ ବାହାରୁ କବାଟ ବନ୍ଦ କରି ଜୀବନ ନେବା ଧମକ ଦେଇ ଥିବା ପ୍ରକାଶ କରିଛନ୍ତି କକା ସୁରେଶ ମହାକୁଡ। ପୁତୁରା ସୁବ୍ରତ ଙ୍କ ସାଙ୍ଗ ପ୍ରକାଶ ବଘାର ଙ୍କ ସହଯୋଗ କ୍ରମେ ତଥା ତାଙ୍କ ମାଁ ବନିତା ମହାକୁର ଉପସ୍ଥିତ ରହି ଥିବା ତଥା ଜବତ ବ୍ୟବହୃତ ଯେସିବି ଡ୍ରାଇଭର ଲିଙ୍ଗରାଜ ହଂସ ମିଶି ଗତ ରାତି ରେ ସୁରେଶ ଙ୍କ ଘର ଚୂର୍ମାର କରି ଦେଇଥିବା ମୁରିବହାଲ ଥାନା ରେ ଲିଖିତ ଅଭିଯୋଗ କରାଯାଇଛି ।

l ଅଭିଯୋଗ ଅନୁଯାୟୀ ଘର ର ଲକ୍ଷାଧିକ ଟଙ୍କା ର ସବୁ ଆସବାବ ପତ୍ର ନଷ୍ଟ ହୋଇ ଯାଇଥିବା ବେଳେ ସୁରେଶ ସର୍ବହରା ହୋଇଯାଇଥିବା ପରିସ୍ଥିତି ସୃଷ୍ଟି ହୋଇଛି । ହୁଏତ ଯୋଜନା ବଦ୍ଧ ଭାବେ ଏହି ଘର ଭଙ୍ଗା ବେଳେ ଘରେ କେହି ନ ଥିବା ଯୋଗୁଁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ପରିବାର ଲୋକେ l ଏନେଇ ମୁରିବାହାଲ ଥାନାରେ ସୁରେଶ ଓ ତାଙ୍କ ପରିବାର ଲୋକେ ମିଶି ଲିଖିତ ଅଭିଯୋଗ କରିବା ପରେ ମୁଖ୍ୟ ଅଭିଯୁକ୍ତ ସୁବ୍ରତ ମହାକୁର ଙ୍କ ମା ବନିତା ମହାକୁର, ସୁବ୍ରତଙ୍କ ସାଙ୍ଗ ପ୍ରକାଶ ବଘାର ଓ ଜେସିବି ଡ୍ରାଇଭର ଲିଙ୍ଗରାଜ ହଂସ ଙ୍କୁ ପୋଲିସ ଗିରଫ କରିଛି । ସୁବ୍ରତର କାର ଓ ବ୍ୟବହୃତ ଜେସିବିକୁ ଜବତ କରିବା ସହ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିବା ମୁରିବାହାଲ ପୋଲିସ ସୂତ୍ରରୁ ପ୍ରକାଶ ପାଇଛି ।

ହେଲେ ମୁଖ୍ୟ ଅଭିଯୁକ୍ତ ପୁତୁରା ସୁବ୍ରତ ମହାକୁର ବର୍ତ୍ତମାନ ସୁଦ୍ଧା ଫେରାର ଥିବା ବେଳେ ପୂର୍ବରୁ ବାରମ୍ବାର ଏଭଳି ବିବାଦ ସୃଷ୍ଟି କରି ଆସୁଥିବା ପ୍ରକାଶ ପାଇଛି । ଏଭଳି ଥାନା ରୁ ମାତ୍ର କିଛି ଦୂରରେ ବିଳମ୍ବିତ ରାତିରେ ଘର ଭାଙ୍ଗି ଫେରାର ହୋଇ ଖୋଲା ରେ ବୁଲୁଥିବା ଏହି ଅଭିଯୁକ୍ତ କୁ ଯଥା ଶୀଘ୍ର ପୋଲିସ ଗିରଫ କରିବା ନେଇ ସ୍ଥାନୀୟ ଅଞ୍ଚଳ ବାସି ଦାବି କରିଛନ୍ତି ।