ଆଖି ସାମ୍ନାରେ ଲୁଟି ନେଲେ ସୁନା ଚେନ

0
29
ଆଖି ସାମ୍ନାରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୧୬/୦୩) : ଆଖି ସାମ୍ନାରେ ଲୁଟ୍‌ । ଜାଣିପାରିଲେନି ସୁନା ଦୋକାନୀ । ଟିକେ ଏହି ସିସିଟିଭି ଭିଡିଓକୁ ଦେଖନ୍ତୁ । କେମିତି ଆଉ କେତେ ସାହାସରେ ସମସ୍ତଙ୍କ ସାମ୍ନାରେ ଲୁଟିନେଲେ ସୁନା ।

ଗ୍ରାହକ ବେଶରେ ଆସି ସୁନା ଦୋକାନରୁ ୬ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନାଚେନ ଲୁଟିନେଲେ ଦୁବୃର୍ତ୍ତ । ସିସି କ୍ୟାମେରାରେ କଏଦ ହେଲା ଲୁଟ ବେଳର ଦୃଶ୍ୟ । ଏଭଳି ଘଟଣା ଦେଖିବାକୁ ମିଳିଛି ବାସୁଦେବପୁର ବଜାରରେ । ବାସୁଦେବପୁର ବଜାରରେ ଥିବା ପିକେ ଜୁଏଲାର୍ସ ରୁ ଦ୍ୱିପ୍ରହର ସମୟରେ ଦୋକାନରେ ପିଲାମାନେ ଥିବାବେଳେ ଗ୍ରାହକ ବେଶରେ ଆସି ୨ ଜଣ ଯୁବକ ୧୨ ଟି ସୁନା ଚେନ ଲୁଟି ନେଇଛନ୍ତି ।

ଯାହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଦୋକାନକୁ ଆସି ଜିନିଷ ଦେଖାଇବା ସମୟରେ ଦୋକାନର ଡ୍ର ଭିତରୁ ଅତି ଚାଲାକି ଭାବେ ପ୍ୟାକେଟ ଭିତରେ ଥିବା ୧୨ ଟି ସୁନା ଚେନ ଲୁଟି ନେଇଥିଲେ । ସେତେବେଳେ ଦୋକାନରେ ଥିବା ପିଲା କିଛି ଜାଣିପାରିନଥିଲା । ପରବର୍ତୀ ମୁହୂର୍ତ୍ତରେ ଡ୍ର ଭିତରେ ଚେନ ନଥିବାର ଦେଖିଥିଲେ । ପରେ ସିସି ଫୁଟେଜ କୁ ଯାଞ୍ଚ ପରେ ଏହି ଦୁଇ ଜଣ ଯୁବକ ଲୁଟିନେଇଥିବା ଦେଖାଯାଉଛି । ଖବର ପାଇ ବାସୁଦେବପୁର ପୋଲିସ ପହଂଚି ସିସି ଫୁଟେଜ କୁ ଯାଞ୍ଚ କରି ତଦନ୍ତ କରୁଛି ।