ପୁରୁଣା ପାଚେରୀ ଉପରେ ବସଷ୍ଟପ ନିର୍ମାଣ, ସ୍ଥାୟୀତ୍ବ ନେଇ ସନ୍ଧେହ

0
27
ପୁରୁଣା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୯/୦୩) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ଗ୍ରାମ ପଞ୍ଚାୟତ ରେ ବସଷ୍ଟପ ନିର୍ମିତ ହେଉଥିବା ବେଳେ ଏକ ପୁରୁଣା ପାଚେରୀ ଉପରେ ନିର୍ମାଣ ହୋଇଥିବା ରୁ ବସଷ୍ଟପ ର ସ୍ଥାୟୀତ୍ବ ନେଇ ସାଧାରଣରେ ସନ୍ଧେହ ସୃଷ୍ଟି ହୋଇଛି l

ସୂଚନା ଥାଉ କି ସରକାରଙ୍କ ତରଫ ରୁ ବିଭିନ୍ନ ଗାଁ ମାନଙ୍କର ଛକ ମାନଙ୍କରେ ବସଷ୍ଟପ ନିର୍ମାଣ ହେଉଛି l କିନ୍ତୁ ବସଷ୍ଟାପ ନିର୍ମାଣ ରେ ବ୍ଲକ ପ୍ରଶାସନ ଙ୍କ ଖାମଖିଆଲି ନୀତି ଯୋଗୁଁ ବସଷ୍ଟପ ର ସ୍ଥାୟୀତ୍ବ ନେଇ ପ୍ରଶ୍ନ ଉଠିଛି l କାରଣ ଏହି ପଞ୍ଚାୟତର ଜଟେସିଂହା ଗ୍ରାମ ରେ ନିର୍ମାଣ ହେଉଥିବା ବସଷ୍ଟପ ଟି କୁ ଠିକାଦାର ଓ ସଂପୃକ୍ତ ଯନ୍ତ୍ରୀ ସହିତ ସଲାସୁତୁରା କରି କମ ଖର୍ଚ୍ଚ ରେ ଅଧିକ ଲାଭ ଆଶାରେ ପୂର୍ବରୁ ଥିବା ଏ ଏନ୍ ଏମ କେନ୍ଦ୍ର ର ପୁରୁଣା ପାଚେରୀ ଉପରେ ବସଷ୍ଟପ ର କାନ୍ଥ ଉଠେଇ ଛାତ ପକେଇ ବାକୁ ଠିକାଦାରଙ୍କ ପ୍ରସ୍ତୁତ ଶେଷ ପର୍ଯ୍ୟାୟରେ ପହଂଚିଛି l

ଯଦି ଛାତ ପଡି ବସ ଷ୍ଟପ ନିର୍ମାଣ କାର୍ଯ୍ୟ ଶେଷ ହୁଏ ତେବେ ଏହି ବସଷ୍ଟପ୍ ରେ କେତେ ବେଳେ ବିପଡ ସୃଷ୍ଟି ନ ହେବ ବୋଲି କିଏ କହିବି ବୋଲି ସାଧାରଣରେ ଅଭିଯୋଗ ହୋଉଛି l ଏ ନେଇ ବ୍ଲକ ଦାୟିତ୍ବ ରେ ଥିବା ସହକାରୀ ଯନ୍ତ୍ରୀ ଙ୍କ ସହ ଗଣମାଧ୍ୟମ ପ୍ରତିନିଧି ଯୋଗାଯୋଗ କଲାପରେ ସ୍ଥାନ ଅଭାବ ରୁ ଏହି ପରି କରାହୋଇଛି ଓ ପାଚେରୀ ମଜଭୁତ ଅଛି କିଛି ଅସୁବିଧା ନାହିଁ ବୋଲି କହିଥିଲେ l