ସଡକ ଦୁର୍ଘଟଣା ରେ ବନ ବିଭାଗ କର୍ମଚାରୀ ଓ ଅଡିଟର ଗୁରୁତର

0
81
ସଡକ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୮/୦୩) : ଟିଟିଲାଗଡ ଥାନା ଅନ୍ତର୍ଗତ ଟିଟିଲାଗଡ ବଲାଙ୍ଗୀର ରୋଡ ରେ ସଡକ ଦୁର୍ଘଟଣା ରେ ସମବାୟ ସମିତି ଅଡିଟର ଓ ବନବିଭାଗ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି ।WhatsApp Image 2024 03 18 at 19.21.34 ସଡକ ଦୁର୍ଘଟଣା ରେ ବନ ବିଭାଗ କର୍ମଚାରୀ ଓ ଅଡିଟର ଗୁରୁତର

ସୂଚନା ଯୋଗ୍ୟ ଯେ ଟିଟିଲାଗଡ ରେଞ୍ଜ ଅନ୍ତର୍ଗତ ବଡ଼ମାଳ ଫରେଷ୍ଟ ଗାର୍ଡ ରଞ୍ଜିତା ପୋଢ଼ ତାଙ୍କ ସ୍ଵାମୀ କ୍ଷେତ୍ରବାସି ଜାଲ ସହ ଟିଟିଲାଗଡ ରୁ ବୁଲେଟ ଗାଡି ଜୋଗେ ବଡ଼ମାଳ ଯାଉଥିବା ବେଳେ ବଲାଙ୍ଗିର ପଟୁ ସମବାୟ ସମିତି ଅଡିଟର ବଳରାମ ସୁନା ନିଜ ବାଇକ ଯୋଗେ ଟିଟିଲାଗଡ ସ୍ଥିତ ସମବାୟ ସମିତି କୁ ଅଡିଟ କାମ ରେ ଯାଉଥିଲେ । ତେବେ ଶଗଡଘାଟ ରେ ଦୁହିଙ୍କର ବାଇକ ମୁହାମୁହି ହୋଇଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିଲା ।

ଦୁର୍ଘଟଣା ରେ ବନ ବିଭାଗ କର୍ମୀ ରଞ୍ଜିତା ପୋଢ଼ ଓ ତାଙ୍କ ସ୍ଵାମୀ ଅତି ଗୁରୁତର ହୋଇ ଥିବାବେଳେ ବଳରାମ ସୁନା ସାମାନ୍ୟ ଆହତ ହୋଇଛନ୍ତି । ଉଭୟ ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ରଞ୍ଜିତା ଓ ତାଙ୍କ ସ୍ଵାମୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତି ଗୁରୁତର ଥିବାରୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସମ୍ପର୍କ ରେ ଟିଟିଲାଗଡ ପୋଲିସ ଖବର ପାଇ ଘଟଣା ସ୍ଥଳକୁ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି ।