ବଜ୍ରପାତ ରେ ଭାଇ ମୃତ; ଭଉଣୀ ଗୁରୁତର

0
43
ବଜ୍ରପାତ

ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୧୯/୩) : ବଜ୍ରାଘାତ ରେ ଭାଇ ମୃତ ଓ ଭଉଣୀ ଗୁରୁତର ଆହତ ହୋଇଛନ୍ତି ଳ ଏବଂ ଅଳ୍ପକେ ବର୍ତିଲେ କକା ଓ ଖୁଡି l

ବଜ୍ରପାତ ରେ ଭାଇ ମୃତ; ଭଉଣୀ ଗୁରୁତର l ଏପରି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ସୁବର୍ଣ୍ଣଗିରି ଗାଁ’ରେ l ସୁବର୍ଣ୍ଣଗିରି ଗାଁ’ର ଭାଇ, ଭଉଣୀ, କକା ଓ ଖୁଡି ଚାରି ଜଣ ମିଶି ଗାଁ ନିକଟରେ ଥିବା ଜାମପଦା ଜଙ୍ଗଲ କୁ ମହୁଲ ସଂଗ୍ରହ ପାଇଁ ଯାଇଥିଲେ l ମହୁଲ ସଂଗ୍ରହ ସମୟରେ ବର୍ଷା ହେବାରୁ ମହୁଲ ଗଛ ତଳେ ସମସ୍ତେ ଆଶ୍ରୟ ନେଇଥିଲେ l ସେହି ସମୟରେ ହଠାତ ବଜ୍ରାଘାତ ହୋଇଥିବା ବେଳେ ଭାଇ ମୁକେଶ ପ୍ରଧାନୀ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ l ଭଉଣୀ ସୁପ୍ରିୟା ପ୍ରଧାନୀ ଗୁରୁତର ହୋଇଥିବା ବେଳେ କକା ଓ ଖୁଡି ସୌଭାଗ୍ୟ ବଶତଃ ବର୍ତ୍ତୀ ଯାଇଥିଲେ l ଘଟଣା ସ୍ଥଳରୁ ଭଉଣୀ ସୁପ୍ରିୟା କୁ ଆମ୍ବୁଲାନ୍ସ ଯୋଗେ ବାଲିଗୁଡା ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି l